ରବିବାର ରାଶିଫଳ

ମେଷ: କୌଣସି ଏକ ଜାଗାକୁ ନେଇ ଅଶାନ୍ତି ଉପୁଜି ପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ।

ବୃଷ: ମୂଲ୍ୟବାନ୍‌ ଦ୍ରବ୍ୟ ମିଳିପାରେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଆରୋଗ୍ୟ ହେବେ। ବନ୍ଧୁମାନଙ୍କର ସ୍ନେହର ପାତ୍ର ହୋଇପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବାକ୍‌ପଟୁତା ଯୋଗୁଁ ବିବାଦୀୟ ସ୍ଥିତିରୁ ସୁଧାର ଆଣିବେ।

ମିଥୁନ: କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ସକ୍ଷମ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଧନ ସଞ୍ଚୟ କରିବାର ସୁଯୋଗ ଅଛି। ଶୁଭ କାର୍ଯ୍ୟରେ ଯୋଗ ଦେବେ। ସର୍ବ ସୁଖ ମିଳିବ।

କର୍କଟ: ଅଟକି ଥିବା ଅର୍ଥ ମିଳି ଯାଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ସଞ୍ଚୟ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବ୍ୟବସାୟରୁ ଧନ ଲାଭ ହେବ।

ସିଂହ: ଭ୍ରାତୃ ବିବାଦରେ ପଡ଼ି ପାରନ୍ତି। ଦ୍ରବ୍ୟ ହାନି ଘଟିପାରେ। କୃଷିକ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଯାନ-ବାହନ ସୁଖ ମିଳିପାରେ। ଗୃହ ପରିବେଶ ଠିକ୍‌ ରହିବ। ଯାତ୍ରା ଶୁଭଙ୍କର ହେବ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି।

କନ୍ୟା: ପରୀକ୍ଷାରେ ସଫଳତା ମିଳିପାରେ। କାର୍ଯ୍ୟରେ ଆଶାନୁରୂପ ଫଳ ଲାଭ କରିବେ। ବିବାଦରେ ବିଜୟୀ ହେବା ସହିତ ଲୋକପ୍ରିୟତା ଅର୍ଜନ କରିବେ। ମନରେ ଉତ୍ସାହ, ଉଦ୍ଦିପନା ସୃଷ୍ଟି ହେବ। ସନ୍ତୁଷ୍ଟ ଚିତ୍ତ ହୋଇ ପାରନ୍ତି। ଜ୍ଞାନ, ଗରିମା ବୃଦ୍ଧି ହେବ।

ତୁଳା: ପରିବାରରୁ ଅଶାନ୍ତି ଭୋଗି ପାରନ୍ତି। ନିରବ ଭାବ ପ୍ରଦର୍ଶନ କରି ସବୁ କିଛି ସହି ଯିବେ। ଅର୍ଥ ଲାଭର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶୁଭ ସମ୍ବାଦ ମିଳିବ। ସୁଖ-ସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ।

ବିଛା: ମନରେ ସାହସ ବଢ଼ିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଉପହାର ପାଇ ଖୁସି ମନାଇବେ। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

ଧନୁ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବାଧା-ବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ମଧୁରଭାଷୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି। ଦାନ ଦେଇ ସୁଖୀ ହେବେ।

ମକର: କୌଣସି ଏକ କାରଣକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ। ଭାଗ୍ୟବାନ ହେବେ। ସର୍ବାଙ୍ଗୀଣ ଉନ୍ନତ ହେବାର ସୂଚନା ମିଳୁଛି।

କୁମ୍ଭ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଭାଗ୍ୟବାନ୍‌ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ସୁଭାଷୀ ହେବେ। ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ତେଜୀୟାନ ହେବେ। ଧନାଗମ ହେବ।

ମୀନ: ଅଯାଚିତ୍ତ ସାହାଯ୍ୟ ପାଇ କୃତଜ୍ଞ ହେବେ। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ। ଉତ୍ତମ ଗୁଣର ଅଧିକାରୀ ହେବେ। ନୀତିନିଷ୍ଠ ହେବେ।

Comments are closed.