ଶନିିବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ନ ମିଳି ପାରେ। ଭୋଜନରେ ତୃପ୍ତି ମିଳିବ ନାହିଁ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟରେ ଲାଭବାନ୍‌ ହେବେ।

ବୃଷ: ଉଦ୍ୟମରେ ପ୍ରଗତି ଘଟିବ। ମିତ୍ର ଲାଭର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହୀ ହେବେ। ମନରେ ଅହଂଭାବ ଜାଗ୍ରତ ହେବ। ଶାନ୍ତ, ଶିଷ୍ଟ ସ୍ବଭାବର ହୋଇପାରନ୍ତି। ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ମିଥୁନ: ଇଚ୍ଛା କରୁଥିବା ସାହାଯ୍ୟ ମିଳିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ।

କର୍କଟ: ଗୃହ ଉପକରଣ ସଂଗ୍ରହ କରିବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଲଟେରୀ ଉଠାଣରେ ବିଜୟୀ ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।

ସିଂହ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ବ୍ୟକ୍ତିବିଶେଷ ଭାବେ ସାମାଜିକ କ୍ଷେତ୍ରରେ ଆଦର ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଜଳପ୍ରତି ଉଦାର ପ୍ରେମୀ ଓ ବୁଦ୍ଧିମାନ ହେବେ।

କନ୍ୟା: ଅନୁପସ୍ଥିତ ଥାଇ ମଧ୍ୟ କାର୍ଯ୍ୟରେ ସଫଳତା ପାଇବାକୁ ହକ୍‍ଦାର ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଜଡ଼ିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ଭ୍ରମଣ ଯୋଗ ଅଛି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇବାରେ ପାରଙ୍ଗମ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।

ବିଛା: ପାରିବାରିକ ଜୀବନ ଆନନ୍ଦଦାୟକ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ଓ ବେସରକାରୀ ସାହାଯ୍ୟ ପାଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି।

ଧନୁ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତ ପ୍ରିୟ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥା କହି ଅନ୍ୟମାନଙ୍କର ମନ କିଣି ପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

ମକର: ଭୋଜନାଦିରୁ ତୃପ୍ତି ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

କୁମ୍ଭ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ପାଇବେ।

ମୀନ: ବିଶ୍ୱାସୀ ହେବେ। ନିରବ ଚିନ୍ତକ ହେବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହୋଇପାରନ୍ତି। ସାହସୀ ହେବେ।

Comments are closed.