ବୁଧବାର ରାଶିଫଳ

ମେଷ: ସ୍ବ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ବହନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟ ହେବେ। ସନ୍‌ମାର୍ଗୀ ହେବେ।

ବୃଷ: ନିରବ ଚିନ୍ତକ ହୋଇପାରନ୍ତି। ଘାତଚନ୍ଦ୍ର ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ। କୃଷି କର୍ମରୁ ଭଲ ଆୟ ହେବ। ଯାନବାହାନ ସୁଖ ମିଳିପାରେ। ରାଜପ୍ରାସାଦ ହେତୁକ ଗୃହରେ ଜୀବନ ବିତାଇପାରନ୍ତି। ଧନ-ଧାନ୍ୟ ଲାଭ ହେବ। ଜ୍ଞାନ-ଗରିମାାର ପରିଚାୟକ ହେବେ।

ମିଥୁନ: ଶତ୍ରୁ ବୃଦ୍ଧି ଘଟିପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟାଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ବହୁଭାଷୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ହେବେ।

କର୍କଟ: କାର୍ଯ୍ୟ ହାସଲ ପାଇଁ ଅପେକ୍ଷାରତ ହେବେ। ଘାତଚନ୍ଦ୍ର ହେତୁ ସତର୍କ ରହିବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ, ଅତିସୁଖୀ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ। ପ୍ରସନ୍ନ ମୂର୍ତ୍ତି ଓ ଶ୍ରେଷ୍ଠ ସମ୍ମାନଯୁକ୍ତ ହେବେ।

ସିଂହ: ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶ ଅର୍ଜନ କରିବାର ସୂଚନା ମିଳୁଛି। ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି। ସାମାଜିକ ସ୍ତରରେ ସ୍ବୀକୃତିପ୍ରାପ୍ତ ହେବେ। ଆଶାନୁରୂପ ଅର୍ଥ ପାଇ ପାରନ୍ତି।

କନ୍ୟା: ଉଚ୍ଚ ଆଶାଫଳବତୀ ହେବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଧର୍ମକାର୍ଯ୍ୟ ସମ୍ପାଦନରେ ବ୍ୟୟ ବୃଦ୍ଧି ଘଟିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରୀତି ଲାଭ କରିବେ। କୃଷିକ୍ଷେତ ଲାଭଦାୟକ ହେବ।

ତୁଳା: ଆୟ ଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ଉନ୍ନତି ମାର୍ଗରେ ଆଗୁସାର ହୋଇପାରନ୍ତି। ସରକାରଙ୍କ କୃପା ପାତ୍ର ହେବେ। ଦାତା, ଉପଭୋକ୍ତା, ଗୁଣବାନ୍‌, ଧନ୍ୟ ଓ ମାନୀ ହୋଇପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ।

ବିଛା: ସ୍ବଳ୍ପ ଆୟ ହେବ। କାର୍ଯ୍ୟରେ ସଫଳତା ମିଳିବ। ଦେହ ଓ ମନ ସୁସ୍ଥ ରହିବ। ମିଷ୍ଟାନ୍ନ ଭୋଜନ ତୃପ୍ତିକର ହେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବହୁ ସୁଖର ଅଧିକାରୀ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ବ୍ୟବସାୟ ଲାଭଜନକ ହେବ। ସରକାରୀ କୃପା ମିଳିବ।

ଧନୁ: ଶ୍ରମ ବହୁଳର ସାମ୍‌ନା କରିପାରନ୍ତି। ବିଭିନ୍ନ ଦିଗରୁ ସହାୟତାର ହାତ ଲମ୍ବି ଆସିବ। ବ୍ୟବସାୟରୁ ଅଧିକ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ର ଉଳମୟ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ହେବ।

ମକର: ପରୋପକାରୀ ହେବେ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଜଳଯାତ୍ରା, ଉଚ୍ଚସ୍ଥାନ ଆରୋହଣ ଓ ଯାନବାହାନ ଚାଳନା ନିଷେଧ।

କୁମ୍ଭ: ନୀତିନିଷ୍ଠ ହେବେ। ବନ୍ଧୁଙ୍କର ମୌଖିକ ସହାୟତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସେବା ଭାବରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳକାମ ହେବେ। ଜନୈକା ମହିଳାଙ୍କ ସମର୍ଥନ ପାଇ ମାର୍ଗ ଦର୍ଶନ କରିପାରନ୍ତି। ସୁଖୀ ହେବେ।

ମୀନ: ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସର୍ବଜନାନୁରକ୍ତ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ରାଜନୀତି ବିଚକ୍ଷଣ ହୋଇପାରନ୍ତି। ଶ୍ରେଷ୍ଠମାନ୍ୟତା ମିଳିବ।

Comments are closed.