ବୁଧବାର ରାଶିଫଳ

0

ମେଷ: ପରିବାର ଯଥାର୍ଥ ଦାୟିତ୍ୱବାନ ହୋଇପାରନ୍ତି। ମନରେ ପ୍ରସନ୍ନତାଭାବ ଦେଖା ଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।

ବୃଷ: ସୁଯୋଂଗର ଉପଯୋଗ କରି କୃତକାର୍ଯ୍ୟ ହେବେ। ଭାଗ୍ୟବାନ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ହେବେ।

ମିଥୁନ: କର୍ମକ୍ଷେତ୍ରରେ ମନଦ୍ୱିଧାଗ୍ରସ୍ତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି କାରଣରୁ ମନରେ ଈର୍ଷାଜାତ ହୋଇପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସାବଧାନ।

କର୍କଟ: ନୂତନ ଯୋଜନା ଫଳବତୀ ହେବ। ସମ୍ବର୍ଦ୍ଧିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବକ ଜୀବନ ଯାପନ କରିବେ। ଶାନ୍ତ ସ୍ୱଭାବର ହେବେ। ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ଚଳିବେ।

ସିଂହ: ବଦଖର୍ଚ୍ଚରୁ ବିରତ ହେଲେ ଆର୍ଥିକ ସ୍ଥିତି ଅକ୍ଷୁର୍ଣ୍ଣ ରହିବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶକ୍ତିମାନ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ତତ୍ପର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ଜନତାଙ୍କ ଆଦରର ପାତ୍ର ହେବେ।

ତୁଳା: ମାନ-ଅଭିମାନ ଉପୁଜି ପାରେ। ଉଦାର ପ୍ରକୃତି ଯୋଗୁଁ ଆଦରଣୀୟ ହେବେ। ଦାନ-ଧର୍ମର ଦୀକ୍ଷା ଗ୍ରହଣ କରିପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ରହିବେ। କୃଷି କର୍ମରେ ଧ୍ୟାନ ଦେବେ।

ବିଛା: ଅଭାବ, ଅନାଟନ ଦୂର ହେବ। ସୁଖ ସନ୍ତୋଷରେ ଦିନଟି ବିତିବ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହେବେ। କଥାର ସାବଲୀଳତାରେ ପରକୁ ଆପଣାର କରିବେ। ପ୍ରେମୀ ଓ ସାହସୀ ହେବେ। ଭାଇଙ୍କ ସ୍ନେହ ପାଇବେ।

ଧନୁ: ତରବର ନ ହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟକ୍ତିତ୍ୱର ନିଦର୍ଶନ ପ୍ରତିପାଦନ କରିପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।

ମକର: ଠିକଣା ସ୍ଥାନରେ ନିଜର ଦାବି ଉପସ୍ଥାପନ କରିବାର ସୁଯୋଗ ଜୁଟିଛି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟ ଲାଭ କରିବେ। ଧନ ଲାଭର ସୂଚନା ମିଳୁଛି। ଭଲ ରୋଜଗାର ହେବ।

କୁମ୍ଭ: ଚଞ୍ଚଳ ସ୍ୱଭାବର ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଭାଷା ବିନିମୟ ପ୍ରୀତିଯୁକ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ସାହସୀ, ଜ୍ଞାନୀ, ଶାସ୍ତ୍ରଜ୍ଞ ହେବେ। ସମ୍ପର୍କ ବୃଦ୍ଧି କରି ଲୋକପ୍ରିୟତା ଅର୍ଜନ କରିବେ। ସୁଖୀ ହେବେ।

ମୀନ: ମନପ୍ରସନ୍ନ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।

Leave A Reply