ମଙ୍ଗଳବାର ରାଶିଫଳ

0

ମେଷ: ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଆର୍ଥିକ ସହାୟତାରେ କାର୍ଯ୍ୟ ହାସଲ କରିବେ।

ବୃଷ: ସୁଯୋଗ ହାତଛଡ଼ା କରିବେ ନାହିଁ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ଗୁରୁକୃପା ଲାଭ କରିବେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଦ୍ରବ୍ୟଲାଭ ହୋଇପାରେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ।

ମିଥୁନ: ସ୍ୱଚ୍ଛ ପରିବେଶ ଆନନ୍ଦଦାୟକ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଆଶାଜନକ ଫଳ ଲାଭ ହେବ। ହଠାତ୍‍ ଗୋଟିଏ ଶୁଭଖବର ପାଇ ଆନନ୍ଦିତ ହେବେ। ମିଠାକଥା କହି ପରିସ୍ଥିତିକୁ ସୁଧାରି ନେବେ।

କର୍କଟ: ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ସୁଖ ମିଳିବ। ବକୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହେବେ। ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରଶଂସିତ ହୋଇପାରନ୍ତି।

ସିଂହ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ। ଚଞ୍ଚଳତାଯୁକ୍ତ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହାନଯୁକ୍ତ ହୋଇପାରନ୍ତି। ଶକ୍ତିମାନ ହେବେ। ଶତ୍ରୁ ନାଶ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କନ୍ୟା: ହସ, ଖୁସିରେ ଦିନ ବିତାଇ ପାରନ୍ତି। ଜନସାଧାରଣଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

ତୁଳା: ନିରୀହ ଓ ସହିଷ୍ଣୁ ହେବେ। ପ୍ରମାଦ ମୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ପିତୃଭକ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ଧନଶାଳୀ ହେବେ।

ବିଛା: ବନ୍ଧତା ବୃଦ୍ଧି ହୋଇପାରେ। ପରିଶ୍ରମର ମୂଲ୍ୟ ମିଳିବ। ହର୍ଷ ଉଲ୍ଲାସ ମଧ୍ୟରେ ଦିନ ବିତାଇପାରନ୍ତି। ଦାନ-ପୂଣ୍ୟକୁ ଆଦରି ନେବେ। ନିତିନିଷ୍ଠ ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଧନାଗମର ସୂଚନା ମିଳୁଛି।

ଧନୁ: କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅଗ୍ରଗାମୀ କରାଇ ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ଦେବ ଦର୍ଶନର ସୌଭାଗ୍ୟ ଅଛି। ଦୀର୍ଘଦିନର ଆଶାପୂର୍ଣ୍ଣ ହୋଇପାରେ। ଗୁଣବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟତ ହେବେ। ଚିନ୍ତାଧାରା ମହତ୍‍ ହେବ।

ମକର: ଗୃହକାର୍ଯ୍ୟରେ ମନୋନିବେଶ କରି ପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ଉଚ୍ଚସମ୍ମାନ ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବେ। କାର୍ଯ୍ୟପ୍ରାପ୍ତ ବିଳମ୍ବିତ ହୋଇପାରେ। ଆଶାବାଦୀ ହୋଇପାରନ୍ତି।

କୁମ୍ଭ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସମସ୍ତ କାର୍ଯ୍ୟ ଜଗି ରଖି କରିବାକୁ ପଡ଼ିବ। ବିଶାଳ ଯଶର ଅଧିକାରୀ ହେବେ। ସତ୍‍ ପଥଗାମୀ ଓ ଦୟାର୍ଦ ଚିତ୍ତ ହେବେ। କୀର୍ତ୍ତିମାନ ହେବେ। ଧନ-ଧାନ୍ୟଯୁକ୍ତ ହୋଇପାରନ୍ତି।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ମନସ୍କାମନାପୂର୍ଣ୍ଣ ହେବ। ଧର୍ମ କାର୍ଯ୍ୟରେ ମନ ବଳାଇବେ। ପ୍ରତ୍ୟେକ କ୍ଷେତ୍ରରେ ଉଚିତ ବୁଝାମଣା ଯୋଗୁଁ ସାମୟିକ ଭାବେ ଆଶ୍ୱସ୍ତି ଅନୁଭବ କରିବେ।

Leave A Reply