ମଙ୍ଗଳବାର ରାଶିଫଳ

0

ମେଷ: ସତ୍‌ସଙ୍ଗରେ ଯୋଗଦେଇ ଖୁସି ହୋଇପାରନ୍ତି। ପରଚର୍ଚ୍ଚାରୁ ବିରତ ହେଲେ ମାନ୍ୟ ମିଳିବ। କର୍ମ ତଞ୍ଚକତା ପ୍ରକାଶ ପାଇବ। ମନରେ ପ୍ରସନ୍ନତା ଦେଖାଦେଇ ପାରେ। ପୂଜାର୍ଚ୍ଚନାରେ ଲିପ୍ତ ହୋଇ ସୁଖ, ଶାନ୍ତିରେ ରହିବେ।

ବୃଷ: ଦୁଃସାହସିକ କାର୍ଯ୍ୟ କରି ଉପକୃତ ହେବେ। ଲାଗି ରହିଥିବା ବିବାଦର ସୁସମାଧାନ ହେବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ସରକାରୀ ଓ ବେସରକାରୀ ସହାୟତା ପାଇ ଉତ୍‌ଫୁଲ୍ଲିତ ହେବେ।

ମିଥୁନ: ହଜିଥିବା ଦ୍ରବ୍ୟ ଖୋଜିଲେ ନିଶ୍ଚିତ ମିଳିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆଶା ଫଳବତୀ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ।

କର୍କଟ: ନିଜ କାର୍ଯ୍ୟରେ ନିଜେ ମଜ୍ଜି ରହିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ବହୁଧନ ଲାଭ ହୋଇପାରେ। ପୁତ୍ର ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟାରତ୍ନ ଆଣିପାରନ୍ତି। ସୁଖୀ ହେବେ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବ। ସରକାରୀ ଓ ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

କନ୍ୟା: ବ୍ୟୟର ପରିମାଣ ଅଧିକ ହୋଇପାରେ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ବଚନ କହି ଲୋକଙ୍କର ମନ କିଣି ପାରନ୍ତି। ଜ୍ଞାନ-ଗରିମାଯୁକ୍ତ ହେବେ।

ତୁଳା: ଆୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ସମ୍ମାନିତ ହେବେ।

ବିଛା: ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ପରବର୍ତ୍ତୀ ସମୟରେ ତା’ର ମୂଲ୍ୟ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସେବକ ମନୋବୃତ୍ତିର ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥ ପାଇବେ।

ଧନୁ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଶୁଭକାର୍ଯ୍ୟ ପାଇଁ ସମ୍ରୟ ଅନୁକୂଳ ଅଛି।

ମକର: ଅର୍ଥ ପ୍ରାପ୍ତିର ଆଶା, ଆଶାରେ ହିଁ ରହିଯିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। ସ୍ବାଭିମାନୀ ହେବେ। ଯୁଗ୍ମ ବାଣିଜ୍ୟରୁ ଲାଭ ମିଳିବ।

କୁମ୍ଭ: ଆଶା ଫଳବତୀ ହେବ। ଉପୁଜି ଥିବା ସମସ୍ୟା ଦୂର ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ସତ୍‌ସଙ୍ଗୀ ହେବେ।

ମୀନ: ସହଯୋଗୀମାନଙ୍କୁ ମନାଇ କାର୍ଯ୍ୟ ଆଦାୟ କରିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ନୀତିନିଷ୍ଠ ହେବେ। ଯୁଦ୍ଧପ୍ରିୟ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ।

Leave A Reply