ଗୁରୁବାର ରାଶିଫଳ

0

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନ ପ୍ରସନ୍ନ ରହିବ। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ।

ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସରକାରୀ ଅର୍ଥ ମିଳିବ। ଉତ୍ତମ ଗୃହରେ ବାସ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଗୁଣଯୁକ୍ତ ହେବେ। କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧନବାନ୍‌ ହୋଇପାରନ୍ତି। ଘରଣୀଙ୍କ ମନନେବାରେ ସିଦ୍ଧହସ୍ତ ହେବେ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସ୍ବଳ୍ପ ଫଳ।

କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ। ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ସତର୍କତାର ଦିନ। ସ୍ୱାସ୍ଥ୍ୟ ହାନି ଘଟିପାରେ। ଅଧିକ ଖର୍ଚ୍ଚାନ୍ତ ହେବେ।

ସିଂହ: ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭଜନକ ହେବ। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିିର ହେବ। ଉତ୍ତରା ଫାଲ୍‍ଗୁନୀ ଓ ମଘା ନକ୍ଷତ୍ରର ସାମାନ୍ୟ ଫଳ।

କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମନରେ ଗର୍ବଭାବ ବହନ କରିପାରନ୍ତି। ଶତ୍ରୁନାଶ କରି ଉତ୍‍ଫୁଲ୍ଲିତ ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଦାତା, ଭୋକ୍ତା, ଗୁଣବାନ୍‍, ଧନୀ ଓ ମାନୀ ହୋଇପାରନ୍ତି। ଉତ୍ତରାଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ।

ତୁଳା: ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ବଜାୟ ରଖିବେ। ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହୋଇପାରେ। କିଛି ଅର୍ଥ ମିଳିବାର ଶୁଭ ସୂଚନା ଅଛି। ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ସତ୍‍କ୍ରିୟା ଯୁକ୍ତ ହେଲେ ବି ସୁଖହୀନ ହୁଏ।

ବିଛା: ଅନୁରାଧା ଓ ​ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ପରିବେଶ ଲାଭଜନକ ହେବ। ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। କୃଷି କ୍ଷେତରୁ ଲାଭବାନ୍‍ ହେବେ। ଯାନବାହନ ସୁଖ ମିଳିବ। ବିଶାଖା ନକ୍ଷତ୍ର ଜାତ ସୁଖହୀନ ହୋଇପାରେ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି କିଛି ସେବା କାର୍ଯ୍ୟ କରି ଆତ୍ମଗର୍ବରେ ମଜ୍ଜି ପାରନ୍ତି। ପ୍ରିୟଭାଷୀ ଓ ଧନ-ଯାନବାହାନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟକ୍ତିଙ୍କର ଶୁଭଫଳ।

ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହଯୋଗ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଅର୍ଥ ପ୍ରାପ୍ତ ହେବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସମଫଳ ପ୍ରାପ୍ତ ହେବେ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଧନବାନ୍‍ ଓ ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ତେଜୀୟାନ୍‍ ହେବେ। ପୂର୍ବ ଭାଦ୍ରପଦ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଫଳ।

ମୀନ: ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ।

Leave A Reply