ରବିବାର ରାଶିଫଳ
ମେଷ: ଆଶା କରୁଥିବା ସାହାଯ୍ୟ ମିଳିବ। ଆତ୍ମ ସଂଯମୀ ହୋଇପାରନ୍ତି। ପରର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନରେ ଦିନଟି ଅତିବାହିତ ହେବ। ଅର୍ଥ ସଂଚୟ କରିବେ।
ବୃଷ: ପାରିବାରିକ ଶାନ୍ତି ଫେରି ପାଇବେ। ମନରେ ଥିବା ଈର୍ଷା ଭାବର ଅବସାନ ଘଟିବ। ଅପାର ଗୁଣର ଅଧିକାରୀ ହେବେ। ସୁଖ ମିଳିବ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତିି। ପ୍ରତିଯୋଗିତାର ଶ୍ରେୟ ଆପଣଙ୍କୁ ମିଳିବ।
ମିଥୁନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସ୍ୱାସ୍ଥ୍ୟ ପାଇଁ ବିଶ୍ରାମର ଆବଶ୍ୟକ ରହିଛି। ସୁଖ-ସମୃଦ୍ଧିପୂର୍ଣ୍ଣର ଆଶା ଫଳବତୀ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ସର୍ବାଙ୍ଗୀଣ ଉନ୍ନତି ହେବ।
କର୍କଟ: ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ। ଲବ୍ଧ ପ୍ରତିଷ୍ଠା ଲାଭ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ।
ସିଂହ: ଜୁଲମରେ ପଡ଼ିଲେ ମଧ୍ୟ ଜୁଲମକାରୀ। ପ୍ରକୃତକଥା ବୁଝିପାରି କ୍ଷମା ପ୍ରାର୍ଥନା କରିବେ। ବ୍ୟୟାଧିକର ସମ୍ମୁଖୀନ ହେବେ। ସରଳ ଓ ସ୍ନେହପୂର୍ଣ୍ଣ କଥାରେ ଶତ୍ରୁକୁ ବଶ କରିପାରନ୍ତି। କୀର୍ତ୍ତିମାନ ହେବେ। ସ୍ବତ୍ତ୍ୱାଧିକାରୀ ହୋଇପାରନ୍ତି।
କନ୍ୟା: ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟ ଲାଭଜନକ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ପାଇ ସନ୍ତୁଷ୍ଟ ହେବେ। ସମ୍ମାନିତ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। କରିତ୍କର୍ମା ହେବା ଆଶାକରାଯାଏ।
ତୁଳା: ମାନସିକ ସ୍ତରରେ ସଚେତନତା ଜାଗ୍ରତ ହୋଇପାରେ। ସରକାରୀ ସ୍ତରରୁ ଆୟ ଆସିବ। ସମ୍ମାନିତ ହେବେ। ଗୃହ ପରିବେଶ ଉତ୍ତମମାନର ହେବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମଗୁଣ ଓ ସହନଶୀଳ ହେବେ।
ବିଛା: ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି।ା ମନରେ ସର୍ବଦା ଭକ୍ତି ଭାବନା ରହିବ। ସଦ୍ଗୁଣର ବିକାଶ ଘଟିବ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟ ମଙ୍ଗଳମୟ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ପ୍ରଥମେ ମନରେ ନୈରାଶ୍ୟଭାବ ଜାତ ହେଉଥିବା ବେଳେ ଅପରାହ୍ଣରୁ ଅବସ୍ଥାର ସୁଧାର ଆସିବ। ସ୍ୱାଭିମାନୀ ହେବେ। ବନ୍ଧୁ ବର୍ଗଙ୍କ ସହାୟତା ପାଇ ଖୁସି ହେବେ। ମନସ୍କାମନା ପୂରଣ ହୋଇପାରେ। ଧୈର୍ଯ୍ୟବାନ୍ ହେବେ।
ମକର: ପରିବେଶରେ ପରିବର୍ତ୍ତନ ଦେଖା ଦେଇପାରେ। ମନରେ ଉଦ୍ବେଗ ଜାତ ହୋଇପାରେ। ଅର୍ଥ ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବନ୍ଧୁ ମେଳରେ ସମୟ ବିତାଇ ସମସ୍ତ ଦୁଃଖ, କଷ୍ଟ ଦୂର କରିପାରନ୍ତି।
କୁମ୍ଭ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ମନସ୍କାମନା ପୂରଣ ହେବ। ସାଧନାରେ ସିଦ୍ଧି ଲାଭ କରିବେ। ବହୁ ଶୁଭଫଳ ପ୍ରାପ୍ତିର ଆଶାକରାଯାଏ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁ ଦମନ କରିପାରନ୍ତି।
ମୀନ: ଚାକିରି କ୍ଷେତ୍ରରେ ପ୍ରତାରିତ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ହଠାତ୍ କିଛି ଅର୍ଥ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କାର୍ଯ୍ୟର ସଫଳ ରୂପାୟନ କରି କୃତକୃତ୍ୟ ହୋଇପାରନ୍ତି।