ବୁଧବାର ରାଶିଫଳ

0

ମେଷ: ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବେ; ତଥାପି ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଶତ୍ରୁନାଶ କରି ନିଶ୍ଚିନ୍ତ ହେବେ। ଉତ୍ତମ ବୁଦ୍ଧି ଓ ପରୋପକାରୀ ହେବେ।

ବୃଷ: ଆଶା ଫଳବତୀ ହେବ। ବନ୍ଧୁ ସହମତି ହୋଇପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପରୋପକାରୀ ହେବେ। ବିଭିନ୍ନ ଦିଗରୁ ପ୍ରଚୁର ଧନ ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। କୃଷିକ୍ଷେତ୍ରରୁ ଲାଭ ମିଳିବ। ଯାନବାହନ ସୁଖ ମିଳିବ।

ମିଥୁନ: ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ ଓ ଉତ୍ସାହ ବୃଦ୍ଧି ପାଇବ। ପରିସ୍ଥିତି ଅନୁକୂଳ ରହିଛି। ସତ୍‌ଚିନ୍ତାଧାରା ଆପଣଙ୍କ ମହାନ୍‌ କରି ଗଢ଼ି ତୋଳିବ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ।

କର୍କଟ: କାର୍ଯ୍ୟରେ ସଫଳତା ମିଳିପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ସହିଷ୍ଣୁ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସୁ-ସମାଧାନ ହୋଇପାରେ। ମନରେ ପ୍ରଫୁଲ୍ଲତା ଆସିବ। ଆହ୍ଲାଦଭରା ଜୀବନ ଯାପନ କରିପାରନ୍ତି। ପାରିବାରିକ ସୁଖ ମିଳିବ।

କନ୍ୟା: ମାନସିକ ସ୍ତରରେ ପ୍ରସନ୍ନତା ବୃଦ୍ଧି ପାଇବ। ସଂପର୍କରେ ଉପୁଜିଥିବା ବିଭ୍ରାଟର ପରିସମାପ୍ତି ଘଟିବ। ପରିଶ୍ରମ ଫଳଦାୟକ ହେବ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ଭାଗ୍ୟବାନ ହେବେ।

ତୁଳା: ମୋହବତ୍‌ରେ ପଡ଼ି ଅପଦସ୍ତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନ ଲାଭର ସୂଚନା ମିଳୁଛି।ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ମିଳିବ। ଚିନ୍ତାଦୂର ହେବ। କର୍ମକୁଶଳତା ପ୍ରକାଶ ପାଇବ। ଶତ୍ରୁ ଦମନ କରି କାର୍ଯ୍ୟ ହାସଲ କରିବେ।

ବିଛା: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଆପଣଙ୍କ ଶ୍ରମ ସାର୍ଥକ ହେବ। ସ୍ଥିତି ଅନୁକୂଳ ରହିଛି। ରୁଚି ଉନ୍ନତମାନର ହେବ। ସରକାରୀ ସ୍ତରରୁ ଏପରିକି ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାଧନା ଫଳବତୀ ହେବ। ଦ୍ରବ୍ୟଲାଭ ହେବ।

ଧନୁ: ଆକସ୍ମିକ ଧନ ପ୍ରାପ୍ତି ଘଟିପାରେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ବହୁ ପରିଶ୍ରମ କରିବେ; ମାତ୍ର ସ୍ବଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୃହରେ ଆନନ୍ଦ ଉତ୍ସବ ଲାଗିବ।

ମକର: ବନ୍ଧୁଙ୍କ ସହିତ ମନାନ୍ତର ଘଟିପାରେ। ଘାତଚନ୍ଦ୍ର ଭୋଗହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। କେବଳ ଯୁଗ୍ମ ବ୍ୟବସାୟରେ ଲାଭବାନ ହୋଇପାରନ୍ତି।

କୁମ୍ଭ: ବ୍ୟବସାୟ ଲାଭଜନକ ହେବ। ଘାତଚନ୍ଦ୍ର ଭୋଗ ହେଉଥିବା ପ୍ରତି ପାଦପାତରେ ଜଗି ରଖି ଚଳିବାକୁ ପଡ଼ିବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ସହଯୋଗ ମିଳିପାରେ। ମାନସିକ ସ୍ତରରେ ସୁସ୍ଥ ରହିବେ। ସୁଖ ମିଳିବ।

ମୀନ: ବନ୍ଧୁଙ୍କ ପାଖରେ ନିନ୍ଦିତ ହୋଇପାରନ୍ତି। ଶତ୍ରୁଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କେବଳ ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁନାଶ କରି ଆଶ୍ବସ୍ତ ହୋଇପାରନ୍ତି।

Leave A Reply