ମଙ୍ଗଳବାର ରାଶିଫଳ

0

ମେଷ: ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ବାଦ-ବିବାଦ ଉପୁଜିବାର ସମ୍ଭାବନା ଅଛି। ଉଦାର ପ୍ରକୃତିର ହେବେ। ମିଷ୍ଟଭାଷୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ। ବୁଦ୍ଧିମାନ ହେବେ।

ବୃଷ: ସାମାନ୍ୟ କାରଣରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ।

ମିଥୁନ: ପିତୃ ଋଣରୁ ମୁକ୍ତି ପାଇଁ ବ୍ୟସ୍ତ ରହିବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ନୀତିନିଷ୍ଠ ହେବେ।

କର୍କଟ: କଳା ବିଦ୍ୟା ପ୍ରତି ଆଗ୍ରହୀ ହେବେ। ମାନ-ସମ୍ମାନ ପାଇଁ ଯୋଗ୍ୟ ଭାବେ ବିବେଚିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ଶକ୍ତିମାନ୍‍ ହୋଇପାରନ୍ତି। ଋଣ କ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ତତ୍‍ଜନିତ ଧନଲାଭ କରିପାରନ୍ତି।

ସିଂହ: ଦୂରବନ୍ଧୁଙ୍କ ଦର୍ଶନ ମିଳିବ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଏକାନ୍ତ ରହିବାକୁ ଇଚ୍ଛା କରିବେ। ରାଜଯୋଗ ପ୍ରାପ୍ତ ହେବେ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ।

କନ୍ୟା: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତି ହୋଇପାରନ୍ତି।

ତୁଳା: ପରିବେଶ ପାଇଁ ଚିନ୍ତିତ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହେବେ।

ବିଛା: ଯୋଗା-ଯୋଗରେ ପ୍ରଗତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ: ପୈତୃକ ସମ୍ପତ୍ତି ପାଇଁ ଲାଗି ରହିଥିବା ବିବାଦର ସୁ-ସମାଧାନ ହେବ। ସାମାନ୍ୟ ଦେହ କଷ୍ଟ ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରେ ଲାଭବାନ ହେବେ। ନିଜ ଅଧୀନସ୍ଥ କର୍ମଚାରୀଙ୍କ ହର୍ତ୍ତାକର୍ତ୍ତା ହେବେ।

ମକର: ଦୁର୍ବଳ ମନ ନେଇ ଅସୁବିଧାରେ ପଡ଼ିଲେ ବି ତାହା ମାତ୍ର କ୍ଷଣକ ପାଇଁ ା ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ବେଳେ ବେଳେ ମନରେ ଅହଂଭାବ ଜାଗ୍ରତ ହେବ। ଭାଇମାନଙ୍କ ଉପରେ ସ୍ନେହ, ସଦିଚ୍ଛା ଭାବ ରହିପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ନିଜ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ରାଜମନ୍ତ୍ରୀ ଭାବେ କାର୍ଯ୍ୟ କରିପାରନ୍ତି। ଶତ୍ରୁହନ୍ତା ହେବେ। ଖ୍ୟାତନାମୀ ହେବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜିଥିବାବେଳେ ଆକସ୍ମିକ ଧନଲାଭ ଯୋଗୁଁ ପ୍ରଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ।

Leave A Reply