ଗୁରୁବାର ରାଶିଫଳ

0

ମେଷ: ଅଯଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବୁଦ୍ଧିମାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଧନ ମିଳିବା ସହିତ ଶ୍ରେଷ୍ଠ ମାନ୍ୟତା ମିଳିବ। ପରୋପକାରୀ ହେବେ। ପୁତ୍ର ସୁଖ ମିଳିବ।
ବୃଷ: ଅର୍ଥ ଲାଭ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାର ସଞ୍ଚାର ହୋଇପାରେ। ଅନୁଗୃହୀତ ହୋଇପାରନ୍ତି। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ଜନୈକା ମନୋରମା କନ୍ୟା ସହିତ ସ୍ଥିର ହେବ।
ମିଥୁନ: ଜନୈକ ମହାନ୍‌ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି। ଶତ୍ରୁନାଶ ପରିପାରନ୍ତି। ମନରେ ଭୟର ସଂଚାର ହୋଇପାରେ। ରାଜତୁଲ୍ୟ ହେବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ।
କର୍କଟ: ଅଶାନ୍ତି ଉପୁଜିବା ସହିତ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ବହୁ ବିଦ୍ୟାରେ ପାରଙ୍ଗମ ହେବେ। ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ସିଂହ: ବସ୍ତ୍ର ଭୂଷଣ ଲାଭ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷିକ୍ଷେତ୍ର ଲାଭଜନକ ହୋଇପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ଦିନସାରା ଆନନ୍ଦ, ଉତ୍ସବ ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାନ୍ତି ମିଳିବ।
କନ୍ୟା: ବିଷମ ସମସ୍ୟାକୁ କୌଶଳ ପ୍ରୟୋଗ କରି ପାର୍ ହୋଇଯିବେ। ମହାନ୍‌ ସମ୍ମାନର ଅଧିକାରୀ ହୋଇପାରନ୍ତି। ରାଜନୀତିରେ ଉଚ୍ଚସ୍ଥାନ ମିଳିପାରେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଲୋକସଂପର୍କ ଅଧିକତର ହେବ।
ତୁଳା: କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ସମସ୍ୟାର ସମ୍ମୁଖୀନ ହୋଇ ତା’ର ସମାଧାନ କରିବାରେ ଚେଷ୍ଟା ଚଳାଇପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ମନ ପ୍ରସନ୍ନ ରହିବ। ଭାଗ୍ୟବାନ ହେବା ଆଶାକରାଯାଏ।
ବିଛା: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀଣ ଉନ୍ନତି ହେବା ଆଶାକରାଯାଏ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁ ସାହାଯ୍ୟକାରୀ ହୋଇପାରନ୍ତି। ରୋଜଗାର ଉତ୍ତମ ଧରଣର ହେବ। ଚିନ୍ତାଧାର ଉନ୍ନତମାନର ହେବ।
ଧନୁ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁ-ଚିନ୍ତନରେ ପରକୁ ଆପଣାର କରି ବିଶେଷ ଉପକୃତ ହେବେ। ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ଯଶସ୍ବୀ ହେବାର ସୂଚନା ମିଳୁଛି। ଶାନ୍ତ ଓ ନିପୁଣ ହେବା ଆଶାକରାଯାଏ।
ମକର: ନୈତିକତାଯୁକ୍ତ ହେବେ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପ୍ରସନ୍ନ ମୁଖୀ ହେବେ। ପ୍ରଥିତ ସ୍ବଭାବ ସମ୍ପନ୍ନ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ।
କୁମ୍ଭ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିରେ ମନ ଉଲ୍ଲସିତ ହୋଇପାରେ। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଉପଯୁକ୍ତ କର୍ମରେ ନିଜକୁ ନି​‌େ​‌ୟାଜିତ କରିବେ। କୀର୍ତ୍ତିମାନ୍‌ ହେବେ। ଅପାର ଗୁଣର ଅଧିକାରୀ ଓ ଧନଶାଳୀ ହେବେ।
ମୀନ: ଅତ୍ୟଧିକ ବ୍ୟୟ ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ଭୋଗୀ ହେବେ। ତେଜୀୟାନ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ବହୁ ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି।

Leave A Reply