ଗୁରୁବାର ରାଶିଫଳ

0

ମେଷ: ଚେଷ୍ଟା ଅବ୍ୟାହତ ରଖିପାରନ୍ତି। ଶେଷରେ ଉଦ୍ୟମ ଫଳପ୍ରସୂ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭ ହେବ। ବ୍ୟବସାୟ ଲାଭଜନକ ହେବ। ତେଜସ୍ବୀ ଓ ଧାର୍ମିକ ହେବେ।
ବୃଷ: ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖଭୋଗ କରିବେ। ସୁ-ନାଗରିକର ପରିଚୟ ସୃଷ୍ଟି କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ୍‌ ହେବେ।
ମିଥୁନ: ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ସରଳ ଓ ସାବଲୀଳ ଭାଷା ବ୍ୟବହାର କରି ଲୋକାଦୃତ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
କର୍କଟ: ସନ୍ତାନମାନଙ୍କ ପାଇଁ ଚିନ୍ତିତ ହୋଇପାରପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟକ୍ତି ବିଶେଷର ପରିଚୟ ସୃଷ୍ଟି କରିବେ। ସୌଭାଗ୍ୟଶାଳୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ।
ସିଂହ: ଗୃହ କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହୋଇପାରେ। ଧନ-ସମ୍ପଦ ବୃଦ୍ଧି ହେବ।
କନ୍ୟା: କାର୍ଯ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହେବେ ଓ ଧାର୍ମିକ ହେବେ।
ତୁଳା: ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ। ଜ୍ୟେତିଷ ଶାସ୍ତ୍ର ଉପରେ ରୁଚି ରହିବ। କରିତ୍‍ କର୍ମା ହେବେ। ଗୃହସୁଖ ଓ ଯାନବାହନ ସୁଖ ମିଳିବ।
ବିଛା: କର୍ମାଶ୍ରୟୀ ହେବେ। କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାର୍ଦ ଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।
ଧନୁ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ସମ୍ପତ୍ତିବାନ୍‍ ହେବେ।
ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇ ପାରେ। ସୁଖ ଭୋଗ କରିବା କଷ୍ଟସାଧ୍ୟ ହେବ। ଈର୍ଷା ପରିତ୍ୟାଗ କଲେ ସମ୍ମାନ ମିଳିବ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ: ବନ୍ଧୁ ମିଳନରେ ଯୋଗ ଦେଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଅଙ୍ଗୀକାର ବଦ୍ଧ ହେବେ। ନିଜ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ପରାମର୍ଶ ଦାତା ହେବେ।
ମୀନ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ପ୍ରିୟ ପାତ୍ର ହେବେ।

Leave A Reply