ବୁଧବାର ରାଶିଫଳ

0

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଅର୍ଥ ମିଳିବ। ଦାମ୍ପତ୍ୟ ସୁଖ ପାଇବେ।

ବୃଷ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ର୍ରୁ ଦମନ କରି, ମାନସିକ ଶାନ୍ତି ଫେରି ପାଇବେ। ବନ୍ଧୁ ମିଳନର ସମ୍ଭାବନା ଅଛି। କାର୍ଯ୍ୟ ପ୍ରାପ୍ତିରେ ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ଚାକିରି ସ୍ଥାୟୀ ହେବ।

ମିଥୁନ: ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଚଞ୍ଚଳ ଚେଷ୍ଟିତ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଯାନବାହନ ସୁଖ ମିଳି ପାରେ। ଧନଲାଭର ସୂଚନା ମିଳୁଛି। ଦାତା, ଭୋକ୍ତା, ଗୁଣବାନ୍‍, ଧନୀ ଓ ମାନୀ ହେବେ।

କର୍କଟ: ପ୍ରିୟଭାଷୀ ହୋଇପାରନ୍ତି ଧନ ଓ ଯାନବାହନଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ଶାରୀରିକ ଶକ୍ତି ବୃଦ୍ଧି ହେବ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ସବୁ ଭଲ ଥାଇ ବି, ଅପ୍ରୀତିକର ସ୍ଥିତି ଉପୁଜିବ।

ସିଂହ: ଅର୍ଥର ଆବଶ୍ୟକତା ଉପୁଜି ପାରେ। ପରିଶ୍ରମର ମୂଲ୍ୟ ମିଳିବ। ଧର୍ମ-ଧାରଣାରେ ନିଜକୁ ନିୟୋଜିତ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।

କନ୍ୟା: ବନ୍ଧୁ ମହଲରେ ସହମତି ଭାବେ କାର୍ଯ୍ୟ କରିବେ। କର୍ମ ତତ୍ପରତା ପ୍ରକାଶ ପାଇବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ସନ୍‍ମାର୍ଗୀ ହେବେ। ଭାଗ୍ୟବାନ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ଓ ପରଧନରେ ଧନୀ ହେବେ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବା ସହିତ ରୋଜଗାର ଯଥେଷ୍ଟ ପରିମାଣର ହେବ। ଶାନ୍ତି ସନ୍ତୋଷ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

ବିଛା: ଶତ୍ରୁ କବଳରୁ ରକ୍ଷା ପାଇବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସୁ-ଯଶର ଅଧିକାରୀ ହେବେ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।

ଧନୁ: ଯେ କୌଣସି ସୂତ୍ରରୁ ଅର୍ଥାଗମ ହେବ। ଆୟ ପରିମାଣ ବୃଦ୍ଧି ପାଇବ। ଚିନ୍ତାରୁ ମୁକ୍ତି ମିଳିବ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହୋଇପାରନ୍ତି।

ମକର: ଧନ-ସମ୍ପଦ ଲାଭର ସୂଚନା ମିଳୁଛି। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କ ମହାନ୍‍ କରି ଗଢ଼ି ତୋଳିବ। ଦୃଢ଼ ସଂକଳ୍ପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି। ଧନ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସୁଖୀ ହେବେ।

କୁମ୍ଭ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିପଦ ଦୂର ହେବ। ମନରୁ ଉଦ୍‍ବେଗ ହ୍ରାସ ପାଇବ। ବହୁ ଶୁଭଫଳର ଅଧିକାରୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ।

ମୀନ: ମାନସିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଅଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

Leave A Reply