ଶୁକ୍ରବାର ରାଶିଫଳ

ମେଷ: ଅର୍ଥ ଉପାର୍ଜନ ସୀମିତ ହୋଇପାରେ। କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। କୃଷିକ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ସୁଖ ଭୋଗ କରିପାରନ୍ତି।

ବୃଷ: ପ୍ରତ୍ୟେକ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟରେ ସଫଳତା ମିଳିବ। ଯାନବାହନଯୁକ୍ତ ହେବେ। ବନ୍ଧୁ ପ୍ରାପ୍ତିର ସୁଯୋଗ ରହିଛି। ମିଷ୍ଟାନ୍ନ ଭୋଜନ ମିଳିବ। ମନରେ ପ୍ରସନ୍ନତା ଆସିବ।

ମିଥୁନ: ଆଶାବାଦୀ ହେବେ। ସୁଖ-ସମୃଦ୍ଧିଯୁକ୍ତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ନୀତିନିଷ୍ଠ ହେବେ। ତ୍ୟାଗ-ପୂତ ମନୋବୃତ୍ତିର ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଯୁକ୍ତ ହୋଇପାରନ୍ତି।

କର୍କଟ: ଘରକରଣା ଦ୍ରବ୍ୟ ସଂଗ୍ରହ କରିପାରନ୍ତି। ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦହେବ।

ସିଂହ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ପ୍ରସନ୍ନ ଚିତ୍ତ ଓ ରାଜସମ୍ମାନଯୁକ୍ତ ହୋଇପାରନ୍ତି। ନିଃଶଙ୍କ ଓ ଗର୍ବୀ ହୋଇପାରନ୍ତି। ସ୍ତ୍ରୀ ପୁତ୍ର ହେତୁକ ସମୟେ ସମୟେ ଚିନ୍ତିତ ହେବେ। ମିଷ୍ଟଭାଷୀ ହୋଇପାରନ୍ତି।

କନ୍ୟା: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଉନ୍ନତି ମାର୍ଗରେ ଆଗୁସାର ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ରହିବ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ମିଳିବ। ରୋଜଗାର ଆଶାନୁରୂପ ହେବ।

ତୁଳା: ଅଭାବ ଅନଟନ ଦୂରେଇ ଯାଇପାରେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସରକାରୀ ସ୍ତରରୁ ମାନ-ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ରାଜକୋଷ ଅର୍ଥ ମିଳିପାରେ। କୀର୍ତ୍ତିମାନ୍‍ ହୋଇପାରନ୍ତି।

ବିଛା: ମାନସିକ ଦୃଢ଼ତା ବୃଦ୍ଧି ପାଇବ। ସଦ୍‍ଗୁଣର ବିକାଶ ଘଟିବ। ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।

ଧନୁ: କୁସାଙ୍ଗକୁ ପରିତ୍ୟାଗ କରି ଆତ୍ମସନ୍ତୋଷ ଲାଭ କରିବେ। ଉଚ୍ଚଆଶା ଫଳବତୀ ହୋଇପାରେ। କାର୍ଯ୍ୟରେ ବିଘ୍ନ ଘଟିପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ମକର: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ସୁଖ-ସନ୍ତୋଷ ମିଳିପାରେ। କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇପାରେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ପଦୋନ୍ନତି ଘଟିପାରେ। ଅବିବାହିତଙ୍କର ମନୋରମାକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ୱର୍ଣ୍ଣାଦି ଲାଭ ହେବ।

କୁମ୍ଭ: ଧୈର୍ଯ୍ୟବାନ୍‍ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଶତ୍ରୁ ଦମନ କରିପାରନ୍ତି। ପରଧନରେ ଧନୀ ହେବେ। ରଜତ ଧନଦ୍ୱାରା ଧନଶାଳୀ ହେବେ। ଜିତେନ୍ଦ୍ରିୟ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତି ଓ ଜନବଲ୍ଲଭ ହେବେ।

ମୀନ: ମାନସିକ ସ୍ତରରେ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶୁଭସମ୍ବାଦ ପାଇ ଖୁସି ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।

Comments are closed.