ଶୁକ୍ରବାର ରାଶିଫଳ

0

ମେଷ: କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। କେବଳ ଭାଗ ବ୍ୟବସାୟରେ ଲାଭବାନ ହେବେ। ସ୍ୱାଭିମାନୀ ହେବେ। ସତର୍କରେ ଚଳିବାକୁ ପଡ଼ିବ।

ବୃଷ: ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ଆକସ୍ମିକ ଭାବେ ଧନଲାଭ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ।

ମିଥୁନ: ଧନଲାଭର ଅପୂର୍ବ ସୁଯୋଗ ଅଛି। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଧନଲାଭ ହେବାର ସୂଚନା ମିଳୁଛି। ସମ୍ମାନିତ ହେବେ। ସୁଖମୟ ଜୀବନ ଯାପନ କରିବେ।

କର୍କଟ: ଲୋଭଗ୍ରସ୍ତ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସୁକର୍ମ କରି ଆତ୍ମ ତୃପ୍ତି ଲାଭ କରିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ।

ସିଂହ: ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ଧୈର୍ଯ୍ୟର ସହ ମୁକାବିଲା କରିବାକୁ ପଡ଼ିବ। କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦେଇପାରନ୍ତି। ଯାନବାହନଜନିତ ସୁଖ ମିଳିପାରେ। ପରିବେଶକୁ ସ୍ୱଚ୍ଛ ରଖି ସୁଖ ଅନୁଭବ କରିବେ।

କନ୍ୟା: ବିଭିନ୍ନ ଦିଗରୁ ଲାଭବାନ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବେ। କାର୍ଯ୍ୟର ବୈଶିଷ୍ଟ୍ୟ ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବେ। ସମ୍ବର୍ଦ୍ଧିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ମନଇଚ୍ଛା କିଛି ନକରି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଲେ ସୁଫଳ ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ଆୟ ବୃଦ୍ଧିର ସୁଯୋଗ ଅଛି। ଭାଗ୍ୟବାନ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଧନଯୁକ୍ତ ହେବେ।

ବିଛା: ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆୟ ବୃଦ୍ଧିର ସୁଯୋଗ ଜୁଟିଛି। ବନ୍ଧୁ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

ଧନୁ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସାମୟିକ ଭାବେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି। ପରିଶ୍ରମ ବୃଥା ହୋଇପାରେ। ମଧୁରଭାଷୀ ହେବେ। ଚକ୍ଷୁପୀଡ଼ା ଅଛି। ଶତ୍ରୁନାଶ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ତେଜୀୟାନ ହେବେ।

ମକର: ନୂତନ କର୍ମ ପାଇଁ ନିଯକ୍ତି ମିଳିପାରେ। ଆୟ ଆଶାନୁରୂପ ହୋଇପାରେ। ସରକାରୀସ୍ତରରୁ ଲାଭ ଉଠାଇ ପାରନ୍ତି। କରିତ୍‍କର୍ମା ହେବେ। ଲୋକପ୍ରିୟତା ବୃଦ୍ଧି ହେବ। କୃତଜ୍ଞ ହେବେ। କାର୍ଯ୍ୟର ସଫଳତା ମିଳିବ।

କୁମ୍ଭ: ଶ୍ରମର ମୂଲ୍ୟାଙ୍କନ ହେବ। ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି। ବିଭାଗୀୟ ସ୍ତରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ବାଣିଜ୍ୟରେ ପ୍ରଭୂତ ଧନର ଅଧିକାରୀ ହେବେ। ଯଶସ୍ୱୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି।

ମୀନ: ଏଣିକି ନିର୍ଭୟରେ କାର୍ଯ୍ୟ କରି ଚାଲିବେ। ଶ୍ରମ ବହୁଳ ହୋଇପାରେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Leave A Reply