ରବିବାର ରାଶିଫଳ

0

ମେଷ: ବନ୍ଧୁଙ୍କ ଉପରେ ସନ୍ଦେହ ଉପୁଜି ପାରେ। ସେବା ମନୋଭାବର ହୋଇପାରନ୍ତି। ପୂଜା ପଦ୍ଧତିରେ ନିଜକୁ ନିୟୋଜିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ।

ବୃଷ: ପ୍ରତିଯୋଗିତାରେ ବାରମ୍ବାର ଅଂଶ ଗ୍ରହଣ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ କାର୍ଯ୍ୟ ବିଳମ୍ବିତ ହୋଇପାରେ। ଆଳସ୍ୟ ଅନୁଭବ କରିପାରନ୍ତି। ବିନୀତ ସ୍ବଭାବର ହେବେ। ସ୍ତ୍ରୀ ଧନହେତୁ କିଛିଟା ସୁଖ ମିଳିବ। ଆଜି ହାତେ ମାପି ଚାଖଣ୍ଡେ ଚାଲନ୍ତୁ।

ମିଥୁନ: ଚୌର ଭୟ ଅଛି। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଶୁଭ ଖବର ପାଇବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସମ୍ମାନିତ ହେବେ। ବନ୍ଧୁ ସହାୟତା ପାଇବେ। ପତ୍ନୀ ସହାୟତା ଦେବେ।

କର୍କଟ: କାର୍ଯ୍ୟ ବ୍ୟସ୍ତ ରହିବେ। ଦୂରଯାତ୍ରା ଫଳଦାୟକ ହେବ। ଶତ୍ରୁ ବଳବାନ୍‌ ଥାଇ ମଧ୍ୟ ଆକ୍ରମଣରୁ ଅପସରି ଯିବେ। କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ। ପଶୁ ଓ ଧନାଦିଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ସିଂହ: ସ୍ଥଗିତ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଯେକୌଣସି ସୂତ୍ରରୁ ଅର୍ଥ ବିନା ଚେଷ୍ଟାରେ ଆସିବ। ଯଶସ୍ବୀ ହେବେ। ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ। ଅଶାନ୍ତି ଦୂର ହେବ।

କନ୍ୟା: ମାନସିକ ଶାନ୍ତି ଫେରି ପାଇବେ। ପୌରୁଷ ପଣିଆ ପ୍ରତିପାଦନ କରିପାରନ୍ତି। କୃଷିକ୍ଷେତ୍ରକୁ ତ୍ବରାନ୍ବିତ କରିବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। ଆପଣା ଲୋକ ଆପଣଙ୍କୁ ଭୁଲ ବୁଝୁଥିବା ବେଳେ ବାହାର ଲୋକେ ସମ୍ମାନ ଦେବେ।
ତୁଳା: ଆପଣଙ୍କଠାରେ ଥିବା ବିସ୍ତାରିତ ପ୍ରଭାବର ସଦୁପଯୋଗ କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ଟିକେ ସାବଧାନତାର ସହ ଚଳିବାକୁ ପଡ଼ିବ। ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି। ପ୍ରମାଦହୀନ ହେବେ। ସାଧୁ ସେବାରୁ ଆଶୀର୍ବାଦ ପ୍ରାପ୍ତ ହେବେ।

ବିଛା: ପ୍ରତିଯୋଗିତାରେ ସଫଳତା ଲାଭ କରିବେ। ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ଧନାଗମର ସୂଚନା ମିଳୁଛି। ଉତ୍ତମ ବୁଦ୍ଧିଯୁକ୍ତ ହେବେ। ଶ୍ରେଷ୍ଠମାନ୍ୟତା ମିଳିବ। ପରୋପକାରୀ ହେବେ।

ଧନୁ: ବ୍ୟବସାୟରେ ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିବ।

କୁମ୍ଭ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ପାଇବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ନାନା ସୁଖର ଅଧିକାରୀ ହେବେ। ଯଶସ୍ବୀ , ଦାନୀ ଓ ଶତ୍ରୁ ବିଜୟୀ ହେବେ।

ମୀନ: ଆର୍ଥିକ ଅନଟନ ଦୂରୀଭୂତ ହେବ। ଶ୍ରମ ସାର୍ଥକ ହୋଇପାରେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ସୁଖ ଦାୟକ ହେବ। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନ ମିଳିବ।

Leave A Reply