ବୁଧବାର ରାଶିଫଳ

ମେଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ। ଉଚ୍ଚଆଶା ଫଳବତୀ ହେବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ହେବ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ବିନୟୀ ସ୍ବଭାବର ହେବେ।

ବୃଷ: ଆଳସ୍ୟ ଅନୁଭବ କଲେ ବି ଯାନବାହନ ଲାଭରେ ଅନ୍ତରାୟ ସୃଷ୍ଟି ହୋଇ ନ ପାରେ। ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।

ମିଥୁନ: ଉନ୍ନତିକର କାର୍ଯ୍ୟରେ ଅର୍ଥ ବିନିଯୋଗ କରିପାରନ୍ତି। ରୁଚିକର ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚିନ୍ତାଧାରା ଉନ୍ନତ ହେବ।

କର୍କଟ: ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସମ୍ମାନକୁ ସୁରକ୍ଷା ଦେଇ ଚଳିବାକୁ ପଡ଼ିବ। ବିଖ୍ୟାତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଜନପ୍ରିୟ ହୋଇପାରନ୍ତି। ସନ୍‍ମାର୍ଗୀ ଓ କୃତଜ୍ଞ ହେବେ।

ସିଂହ: ସଂଚୟର ଉପଯୋଗ କରିପାରନ୍ତି। ଆୟ ପରିମାଣ ଅହେତୁକ ବୃଦ୍ଧି ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଚିନ୍ତାଧାରାରେ ପବିତ୍ରତା ଉଦ୍ରେକ ହେବ। ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ବଳବାନ ହୋଇ ଶତ୍ରୁ ବିନାଶ କରିବେ।

କନ୍ୟା: କାର୍ଯ୍ୟରେ ଉପୁଜି ଥିବା ପ୍ରତିବନ୍ଧକ ଖୁବ୍‍ ଶୀଘ୍ର ଦୂର ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସୁଖ-ସମ୍ଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ନିରାମୟ-ଯାପନ କରିବେ।

ତୁଳା: ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ବିଶେଷ ଉପକୃତ ହେବେ। ନିରବ ଚିନ୍ତକ ହୋଇପାରନ୍ତି। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିବେ। ମାନ-ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମହାଧନ ପ୍ରାପ୍ତ ହେବ। ମିଷ୍ଟାନ୍ନ ଭୋଜନ ମିଳିବ।

ବିଛା: କର୍ମକ୍ଷେତ୍ରରେ ସହାୟତା ନିଶ୍ଚିତ ମିଳିବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଶାସ୍ତ୍ରଜ୍ଞ ହେବେ। ପୁଣ୍ୟଦେହୀ ଓ ସୁବର୍ଣ୍ଣାଦିଯୁକ୍ତ ହେବେ।

ଧନୁ: ପିଲାମାନଙ୍କୁ ଉଚିତ୍‍ ଶିକ୍ଷାଦାନ ପାଇଁ ଯତ୍ନବାନ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଉପକୃତ ହୋଇପାରନ୍ତି। ମନପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରୋପକାରୀ ହୋଇ ପ୍ରଶଂସା ପାଇବେ।

ମକର: ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଦୃଢ଼ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପଦୋନ୍ନତି ପାଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି।

କୁମ୍ଭ: ମନସ୍କାମନା ପୂରଣ ହେବ। କାର୍ଯ୍ୟ ସମ୍ପାଦନ କରି ସିଦ୍ଧିପ୍ରାପ୍ତ ହେବେ। ବହୁ ଶୁଭଫଳ ପ୍ରାପ୍ତ ହେବେ। ନାନା ମୂଲ୍ୟବାନ୍‍ ବସ୍ତୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଚଞ୍ଚଳତାଯୁକ୍ତ ହେବେ। ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି।

ମୀନ: ଉତ୍ସବାଦିରେ ସମ୍ମିଳିତ ହେବେ। କଳହ ଠାରୁ ନିଜକୁ ଦୂରେଇ ରଖିପାରନ୍ତି। ଧାର୍ମିକ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ଓ ଯୁବତୀ ପ୍ରିୟ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହୋଇ ସୁଖୀ ହେବେ।

Comments are closed.