ଶନିବାର ରାଶିଫଳ

ମେଷ: ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି। ଦୁଃଖର ପରିମାଣ ଅଧିକ ଥିବାବେଳେ ସୁଖର ମାତ୍ରା କମ୍‌ ରହିବ। କର୍ମକ୍ଷେତ୍ରରେ ଅବହେଳା କରିବାର ସୂଚନା ମିଳୁଛି। କେବଳ କଥା ମଧୁର ଯୋଗୁଁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି।

ବୃଷ: ଉଚ୍ଚପଦସ୍ଥ ଅଫିସରଙ୍କ ସହାୟତା ମିଳିବ। ଉଚ୍ଚ ଆଶା ଫଳବତୀ ହେବ। ସମ୍ମାନିତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗ-ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

ମିଥୁନ: ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସନ୍ତାନ ବର୍ଗରେ ଉନ୍ନତି ଘଟିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବ। ସର୍ବ ସୁଖ ମିଳିବା ଆଶାକରାଯାଏ। ବ୍ୟବସାୟରୁ ଲାଭ ମିଳିବ।

କର୍କଟ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ଅନୁକୂଳ ରହିଛି। କୌଶଳରେ କାର୍ଯ୍ୟ ହାସଲ କରିବେ। ବିଳାସ-ବ୍ୟସନରେ ନିଜକୁ ନିୟୋଜିତ କରିବେ।

ସିଂହ: ଯାତ୍ରାକାଳୀନ କ୍ଳେଶ ଅନୁଭବ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଦଳରେ ବୁଡ଼ି ଯିବା ଭୟ ଅଛି।

କନ୍ୟା: କାର୍ଯ୍ୟ ବ୍ୟସ୍ତତା ବଢ଼ିଯାଇପାରେ। ସୁଖ ସନ୍ତୋଷ ଲାଭ କରିବେ। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହେବେ।

ତୁଳା: ହୃଦୟରୁ ଜାତ ହୋଇଥିବା ସାହସର ଉପଯୋଗ କରିପାରନ୍ତି। ମନୋବଳ ଦୃଢ଼ ହେବ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପାରିବାରିକ ସୁଖ ମିଳିବ।

ବିଛା: ରୋଜଗାର ଅତ୍ୟଧିକ ହୋଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିଳିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। କନ୍ୟା ସହାୟିକା ହେବେ।

ଧନୁ: ବନ୍ଧୁଙ୍କ ସହିତ ଥିବା ସଂପର୍କରେ ବାଧା ସୃଷ୍ଟି ହୋଇପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଝୁଣ୍ଟି ପଡ଼ି ଯାଇ ଆଘାତ ପ୍ରାପ୍ତ ହୋଇପାରନ୍ତି। କୃଷି କର୍ମ ଉପରେ ଧ୍ୟାନ ଦେବେ। ମିଷ୍ଟଭାଷୀ ହେବେ। କାର୍ଯ୍ୟ ହାସଲ କରିବେ।

ମକର: ଗୃହ କାର୍ଯ୍ୟରେ ମନ ବଳାଇ ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିବାଦରେ ବିଜୟୀ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।

କୁମ୍ଭ: ଚଞ୍ଚଳ ଚେଷ୍ଟିତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ସଫଳ ରୂପାୟନ କରିବାରେ ସକ୍ଷମ ହୋଇପାରନ୍ତି। କାର୍ଯ୍ୟର ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତମାନର ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ।

ମୀନ: ଦୁଃସାହସିକ କାର୍ଯ୍ୟ କରି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିବେ। ରୋଜଗାର ଆଶାନୁରୂପ ହେବ। ନୈତିକତା ବୃଦ୍ଧି ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ମାନ୍ୟତା ଲାଭ କରିବେ। ସୁଖଶାନ୍ତିରେ ଦିନଟି ଅତିବାହିତ ହେବ। ସର୍ବତ୍ର ସୁଖ ଆଶାକରାଯାଏ।

Comments are closed.