ଶନିବାର ରାଶିଫଳ

0

ମେଷ: ଯୋଜନାର ସଫଳ ରୂପାୟନ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସୁଖଭୋଗ କରିବେ। ଗୃହର ପରିବେଶ ଠିକ୍‍ ରହିବ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ମନ୍ତ୍ରଣାଦାତା ହେବେ।

ବୃଷ: ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଭ୍ରାତୃ ସୁଖ ମିଳିବ। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ପ୍ରତିହିଂସା ପରାୟଣ ହେବା ଆଶାକରାଯାଏ।

ମିଥୁନ: ପଦୋନ୍ନତି ପାଇଁ ଚେଷ୍ଟା ଚଳାଇ ପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କର୍ମ ତତ୍ପରତା ପ୍ରକାଶ ପାଇବ। ଚେଷ୍ଟା ଶୁଭପ୍ରଦ ହେବ।

କର୍କଟ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ।

ସିଂହ: ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା: ଅସୁବିଧାରୁ ଉଧୁରି ଯିବେ। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ସୁଖ ସନ୍ତୋଷ ମିିଳିବ। ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ।

ତୁଳା: ଆୟ ଯଥେଷ୍ଟ ପରିମାଣର ହେବ। ବିଳାସ-ବ୍ୟସନରେ ବୁଡ଼ି ରହିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି ସନ୍ତୋଷ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ବିଛା: ପାରିବାରିକ ଶାନ୍ତି ଫେରି ଆସିବ। ଉଦାର ସ୍ୱଭାବର ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଧନାଗମର ସୂଚନା ମିଳୁଛି। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ଧନୁ: ଆଗିଲା କାର୍ଯ୍ୟ ପାଇଁ ଶୁଭ ଯୋଗ ଅଛି। ସାମର୍ଥ୍ୟ ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ବସ୍ତ୍ର-ରତ୍ନ ମିଳିପାରେ। ଉତ୍ତମ ଯାନବାହନ ସୁଖ ମିଳିବ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‍କର୍ମଯୁକ୍ତ ହେବେ।

ମକର: ସହକର୍ମୀଙ୍କ ସହଯୋଗ ମିଳିବ। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ବିଦୁଷକର ଭୂମିକା ନିର୍ବାହ କରିବାରେ ସଫଳ ହେବେ। ବହୁ ମିତ୍ରଜନଙ୍କ ସାନ୍ନିଧ୍ୟ ମିଳିବ।

କୁମ୍ଭ: ସୁ-ମିତ୍ର ଲାଭର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରନ୍ତି। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ରାଜମନ୍ତ୍ରୀଙ୍କର କାର୍ଯ୍ୟ ସଂପାଦନ କରିବେ। ତୀର୍ଥ ଯାତ୍ରାରେ ଧନବ୍ୟୟ କରିବେ।

ମୀନ: ମନଯୋଗ ସହକାରେ କାର୍ଯ୍ୟ କରି ଚାଲିବେ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ସର୍ବ ସୁଖ ମିଳିବ। ଶ୍ରେଷ୍ଠ ପଦ-ପଦବୀ ମିଳିବ। ଉତ୍ତମ ଗୁଣଯୁକ୍ତ ହେବେ। ନୀତିନିଷ୍ଟ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହେବ।

Leave A Reply