ଶୁକ୍ରବାର ରାଶିଫଳ

0

ମେଷ: ପାଇବାକୁ ଇଚ୍ଛା କରୁଥିବା ସହାୟତା ଅବଶ୍ୟ ମିଳିବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମ ଆପଣଙ୍କୁ ମୁଖ୍ୟ ଆୟୁଧ ହୋଇପାରେ। କୃଷିକର୍ମରେ ଧ୍ୟାନ ଦେବେ। ସୁସ୍ଥ ଓ ନିରାମୟ ରହିବେ। ବୁଦ୍ଧିମାନ ହେବେ।

ବୃଷ: କାର୍ଯ୍ୟଟି ଅକ୍ଳେଶରେ ହସ୍ତଗତ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ।

ମିଥୁନ: ମାନସିକ ଭାରସାମ୍ୟ ହରାଇପାରନ୍ତି। ଲୋଭଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।

କର୍କଟ: ଆବଶ୍ୟକ ଅନୁସାରେ ସହାୟତା ପାଇବେ। କାର୍ଯ୍ୟର ସଫଳତା ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ବଳଶାଳୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି।

ସିଂହ: ଅନ୍ୟର ଆସ୍ଥାଭାଜନ ହେବା କଷ୍ଟକର ହୋଇପାରେ। ପଥରୋଧର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ରାଜ ଯୋଗର ସୌଭାଗ୍ୟ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

କନ୍ୟା: ଗୃହରେ ଉପୁଜିଥିବା ଅଶାନ୍ତିର ଉପଶମ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ରାଜା ଦ୍ୱାରା ସମ୍ମାନିତ ହେବେ। ଗୃହ ସୁଖ ମିଳିବା ସହିତ ଯାନବାହନ ସୁଖ ମିଳିବ।

ତୁଳା: ଅଦ୍ୟମ ଚେଷ୍ଟା ବଳରେ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ବିଛା: ସତ୍‍ସଙ୍ଗୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।

ଧନୁ: କାର୍ଯ୍ୟ ଅବହେଳା ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଦୁର୍ବଳ ଶରୀରଯୁକ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା କରିବା ଅନୁଚିତ।

ମକର: ଗୃହରେ ଘଟିଥିବା ବିଭେଦ ଦୂର ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଅଧୀନରେ କାର୍ଯ୍ୟ କରିବେ।

କୁମ୍ଭ: ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ। ଅଜୀର୍ଣ୍ଣରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ପତ୍ନୀ ଆଜ୍ଞାକାରିଣୀ ହେବେ। ଧାର୍ମିକ ତେଜସ୍ୱୀ ହେବେ। ସୌଭାଗ୍ୟପୂର୍ଣ୍ଣ ଜୀବନ ଯାପନ କରିବେ।

Leave A Reply