ଶୁକ୍ରବାର ରାଶିଫଳ

ମେଷ: ଶାରୀରିକ ସ୍ତରରେ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି। ନୀତି ଶାସ୍ତ୍ରରେ ବିଚକ୍ଷଣ ଭାବ ପ୍ରଦର୍ଶନ କରିବେ। ନାନାବିଧ ସୁଖର ଅଧିକାରୀ ହେବେ। ପତ୍ନୀପରାୟଣ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ଅର୍ଜନ କରିବାରେ ସକ୍ଷମ ହେବେ।

ବୃଷ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ଶତ୍ରୁ ବିଜୟୀ ହେବେ। ସ୍ତ୍ରୀ ଧନହେତୁ ସୁଖୀ ହେବେ। କାବ୍ୟକର୍ତ୍ତା ହେବେ। ବିନୀତ ସ୍ବଭାବର ହେବେ। ମନ୍ତ୍ରଣାଦାତା ହେବେ।

ମିଥୁନ: ଯୋଗାଯୋଗରେ ଅଗ୍ରଗତି ଘଟିବ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ସତ୍‌ପୁତ୍ର ଲାଭ କରିପାରନ୍ତି। ତତ୍ପରତା ଉଣା ହେବ।

କର୍କଟ: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସୁଖ ମିଳିପାରେ। କର୍ମତତ୍ପରତା ପ୍ରକାଶ ପାଇବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁଖ ଭୋଗ କରିବେ।

ସିଂହ: ମନ ପ୍ରସନ୍ନ ରହିବ। ବ୍ୟୟ ବୃଦ୍ଧି ଘଟିପାରେ। ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ।

କନ୍ୟା: ସାହସୀ ହେବେ। ବିଶ୍ବାସ ଭାଜନ ହୋଇପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। ସର୍ବ ସୁଖ ମିଳିପାରେ। ଭାଗ୍ୟବାନ୍‌ ହୋଇପାରନ୍ତି। ପିତାମାତାଙ୍କ ଉପରେ ଭକ୍ତିଭାବ ରହିବ। ପାପ କାର୍ଯ୍ୟକୁ ଭୟ କରିବେ। ଭ୍ରମଣଶୀଳ ଓ ମିତ୍ର ପ୍ରେମୀ ହେବେ।

ତୁଳା: ଅନ୍ୟାୟର ପ୍ରତିରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦେଖିବାକୁ ସୁନ୍ଦର ରୂପ, ଶାନ୍ତ ସ୍ବଭାବ ଓ ନିପୁଣ ହୋଇପାରନ୍ତି। ଜିତେନ୍ଦ୍ରିୟ ଓ ମେଧାବୀ ହେବେ।

ବିଛା: କାର୍ଯ୍ୟରେ ଆଂଶିକ ସଫଳତା ମିଳିପାରେ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଶୁଭକାର୍ଯ୍ୟ କରଣୀୟ। ସମୃଦ୍ଧିର ମୂଳଦୁଆ ପକାଇ ନିଶ୍ଚିନ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରିବେ। ଆଶ୍ବସ୍ତ ହେବେ।

ଧନୁ: ପଶୁ ଧନ ଲାଭ ହୋଇପାରେ। ଅଧିକ କାର୍ଯ୍ୟ କରି ପ୍ରଶଂସିତ ହେବେ। ଗୁଣବାନ୍‌ ହେବେ। ଧନଲାଭ କରିବାରେ ଚତୁର ଓ ବିଶ୍ବାସୀ ହୋଇପାରନ୍ତି। ବହୁ ବିଦ୍ୟା ପାରଙ୍ଗମ ହେବ। ନିତ୍ୟାନନ୍ଦଯୁକ୍ତ ଓ ଗୁଣବାନ୍‌ ହୋଇପାରନ୍ତି।

ମକର: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆଶାବାଦୀ ହେବେ। ଆୟବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବିଚକ୍ଷଣ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇପାରନ୍ତି।

କୁମ୍ଭ: ସୁଯୋଗର ଉପଯୋଗ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଲୋକ ସମ୍ପର୍କ ଅଧିକତର ହେବ। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି କରିବାରେ ସକ୍ଷମ ହେବେ।

ମୀନ: ପତ୍ନୀଙ୍କ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ପରୋପକାରୀ ହେବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଗୁରୁକୃପା ଲାଭ କରିପାରନ୍ତି। ବଡ଼ ପଦ-ପଦବୀ ପାଇପାରନ୍ତି। ଉତ୍ତମ ଗୁଣଯୁକ୍ତ ହେବେ। ନୀତିନିଷ୍ଠ ହେବେ।

Comments are closed.