ସୋମବାର ରାଶିଫଳ

0

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଧୈର୍ଯ୍ୟବାନ ହୋଇପାରନ୍ତି। ଶତ୍ରୁମାନେ ଆପଣା ଛାଏଁ ଅପସରି ଯିବେ। ମୂଲ୍ୟବାନ ଧାତୁଦ୍ରବ୍ୟ, ବସ୍ତ୍ର, ଉତ୍ତମ ଯାନବାହନ ରାଜପ୍ରସାଦ ଭଳି ଗୃହ ସୁଖ ମିଳିବ।

ବୃଷ: ସାମାଜିକ ସ୍ତରରେ ଶ୍ରେଷ୍ଠ ଆସନ ମିଳିପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହୋଇପାରନ୍ତି। ବିଭିନ୍ନ ପ୍ରକାରର ଧନଲାଭ ହେବା ସହିତ ଆତ୍ମସନ୍ତୋଷ ଲାଭ କରିପାରନ୍ତି।

ମିଥୁନ: ପ୍ରତିଯୋଗିତାରେ ବିଜୟ ହାସଲ କରିପାରନ୍ତି। ଯାନବାହନ ସୁଖ ପାଇବେ। କୃଷିକ୍ଷେତ୍ରରୁ ଲାଭବାନ ହେବେ। ଗୁଣଜ୍ଞ ହେବେ। ସମ୍ମାନହାନି ହେବା ଭଳି କାର୍ଯ୍ୟରୁ ଦୂରେଇ ରହିବେ। ଦାନଧର୍ମକୁ ଆଦରି ନେବେ।

କର୍କଟ: ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ କରିବେ। ସକଳ ଗୁଣର ଅଧିକାରୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବିଜ୍ଞ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ମିଳିବ।

ସିଂହ: ପୈତୃକ କାର୍ଯ୍ୟ ସମାପନ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତିର ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ପ୍ରକାର ଧନ ମିିଳିବ। କୀର୍ତ୍ତିମାନ ହେବେ।

କନ୍ୟା: କାର୍ଯ୍ୟରେ ଲାଗାଇଥିବା ବ୍ୟକ୍ତି ଉପରେ ଆସ୍ଥା ପ୍ରକଟ କରିବେ। ସମ୍ମାନିତ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତା ମିଳିବ। ଦାମ୍ପତ୍ୟ ସୁଖ ମିଳିବ।

ତୁଳା: ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ବର୍ଦ୍ଧିତ ହୋଇପାରନ୍ତି। ଚିନ୍ତାଧାରାରେ ନୂତନ ଶିଳ୍ପର ସ୍ଥାନ ପାଇବ। ହାସ୍ୟଯୁକ୍ତ ହୋଇପାରନ୍ତି। ଯୁବତୀ ପ୍ରିୟ ହେବେ। ଚଞ୍ଚଳ ଚେଷ୍ଟିତ ହେବା ଆଶା କରାଯାଏ।

ବିଛା: ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଆଶା ଫଳବତୀ ହେବ। ଦିନଟି ସୁଖ-ଶାନ୍ତିରେ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟ ପାତ୍ର ହେବାର ସୂଚନା ମିଳୁଛି।

ଧନୁ: ଯାତ୍ରାପଥ କୁସୁମିତ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ପାରିବାହିକ ଶାନ୍ତି ଅବ୍ୟାହତ ରହିବ। କର୍ମ ତତ୍ପରତା ପ୍ରକାଶ ପାଇପାରେ। ପରୋପକାରୀ ହେବେ। ଆର୍ଥିକ ଉନ୍ନତି ଘଟିବ। ଚିନ୍ତାଧାରା ମହତ୍‍ ହୋଇପାରେ।

ମକର: କାର୍ଯ୍ୟରେ ଅସଙ୍ଗତି ଦେଖାଦେଇପାରେ। ଉଦାର ସ୍ୱଭାବର ହୋଇପାରନ୍ତି। ଅଧିକ ଦାୟିତ୍ୱ ବହନ କରି, କାର୍ଯ୍ୟ ସୁଚାରୁରୂପେ ଚଳାଇବେ। ଏଥିପାଇଁ ବ୍ୟୟ ବୃଦ୍ଧି ଘଟିପାରେ। ସରକାରୀ ଅର୍ଥ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ: ଧନକ୍ଷୟ ହୋଇପାରେ। ଶ୍ରେଷ୍ଠ ମାନ୍ୟତା ପାପ୍ତ ହେବେ। ପରୋପକାରୀ ହୋଇପାରନ୍ତି। ପ୍ରିୟଜନଙ୍କ ସାନ୍ନିଧ୍ୟ ମିଳିପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ରର ପ୍ରଭାବ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।

ମୀନ: ଉପୁଜି ଥିବା ସମସ୍ୟାରୁ ମୁକ୍ତ ହେବାର ସୂଚନା ମିଳୁଛି। ପ୍ରିତୀ ଲାଭ କରିପାରନ୍ତି। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ବିଶେଷ ଉପାଦେୟ ହେବାର ସୂଚନା ମିଳୁଛି।

Leave A Reply