ଗୁରୁବାର ରାଶିଫଳ

ମେଷ: ପଦୋନ୍ନତି ପାଇବା ପାଇଁ କାର୍ଯ୍ୟ କରିପାରନ୍ତି; ମାତ୍ର ଏହା କଷ୍ଟ ସାଧ୍ୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସୁଗୁଣଯୁକ୍ତ ହେବେ। ଧନ ମିଳିପାରେ। ସତ୍ୟସନ୍ଧ ହେବେ। ଉତ୍ତମା ପତ୍ନୀ ଓ ପୁତ୍ରାଦିଯୁକ୍ତ ହେବେ।

ବୃଷ: ଗୃହର ବାତାବରଣ ଶାନ୍ତିପୂର୍ଣ୍ଣ ହେବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ସତ୍‍ ଚିନ୍ତାଧାରା ନେଇ କଷ୍ଟ ସାଧ୍ୟ କାର୍ଯ୍ୟ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରଜ୍ଞ ହେବେ। ରାଜପୂଜା ପାଇଁ ଯୋଗ୍ୟ ବିବେଚିତ ହେବେ।

ମିଥୁନ: ଅଧିକ କାର୍ଯ୍ୟଭାର ବହନ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହୋଇ, ଆତ୍ମ ତୃପ୍ତି ଲାଭ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସୁ ପୁତ୍ର ଲାଭ କରିବାର ସୌଭାଗ୍ୟ ଅଛି। ଉତ୍ତମ ମିତ୍ର ସାନ୍ନିଧ୍ୟ ମିଳିବ।

କର୍କଟ: ପାରିବାରିକ ଅଶାନ୍ତ ଦୂର କରିବାରେ ସକ୍ଷମ ହେବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମ ତତ୍ପର ହେବେ। ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି। ବନ୍ଧୁ ସୁଖ ପାଇବେ। ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି।

ସିଂହ: ଦୁଃଖ, ଶୋକ ପରିହାର ପାଇଁ ଶାନ୍ତ୍ୱନା ମିଳିବ। ବ୍ୟୟବୃଦ୍ଧିର ସମ୍ଭାବନା ଅଛି। ଦାୟିତ୍ୱ ନିର୍ବାହ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ବହୁ ପ୍ରଳାପୀ ହେବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ରାଜକୃପା ମିଳିବ। ବେଦ-ଗୁରୁ ଭକ୍ତ ହେବେ।

କନ୍ୟା: ଉଚ୍ଚ ଆଶା ଫଳବତୀ ହେବ। ସମ୍ମାନିତ ହେବେ। ସର୍ବ ସୁଖର ଅଧିକାରୀ ହୋଇପାରନ୍ତି। ପରିଧାନ ପ୍ରତି ଆକୃଷ୍ଟ ହୋଇପାରନ୍ତି। ସତ୍‍ପଥଗାମୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ୍‍ ହେବେ।

ତୁଳା: ଅଜଣା ଲୋକଙ୍କ ଦ୍ୱାରା ଉପକୃତ ହେବେ। ଆଶାବାଦୀ ହେବେ। ଧନ ପ୍ରାପ୍ତିର ସୁଯୋଗ ଅଛି। ବହୁ ଭାବରେ ଉପକୃତ ହେବେ। ତେଜିୟାନ୍‍ ହେବେ। ଶ୍ରେଷ୍ଠ ପଦବୀ ଯୁକ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ପୁତ୍ରପ୍ରାପ୍ତିର ସୂଚନା ମିଳୁଛି। ଜନବଲ୍ଲଭ ହେବେ।

ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସମୃଦ୍ଧିର ମୂଳଦୁଆ ପଡ଼ିବ। କାର୍ଯ୍ୟ ସଫଳ ହେବ। କୀର୍ତ୍ତି ସ୍ଥାପନ କରି ସନ୍ତୁଷ୍ଟ ହେବେ।

ଧନୁ: ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବିତ ହେବ। ଭ୍ରମଣ ଜନିତ ସୁଖ ମିଳିବା କଷ୍ଟସାଧ୍ୟ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଭୋଗୀ-ବିଳାସୀ ହେବେ। ଧନଲାଭ ହୋଇପାରେ। ବିନୀତ ସ୍ୱଭାବର ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ।

ମକର: ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। ଆୟ ଆଶାତୀତ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଶତ୍ରୁ ବିଜୟୀ ହେବେ। ଧନ ଲାଭ ହେବ। କୃଷି ବିଶାରଦ ହେବେ।

କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ଭାଗ୍ୟବାନ୍‍ ହେବେ। ବ୍ୟବସାୟ ଲାଭଜନକ ହେବ। ବିବେକାନୁମୋଦିତ କାର୍ଯ୍ୟ କରି ସତ୍‍ପଥଗାମୀ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି। ସମସ୍ତ କଳ୍ମଷ ଦୂର ହେବ।

ମୀନ: ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। ସେବାପୂଜା ପ୍ରତି ଧ୍ୟାନ ଦେଇପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଗୁରୁକୃପା ଲାଭ କରିପାରନ୍ତି। ଶାନ୍ତି-ସନ୍ତୋଷ ଲାଭ କରିବେ। ଶତ୍ରୁ ମଥାନତ କରିବ। ବୁଦ୍ଧିମାନ ଓ ଭୋଗପ୍ରିୟ ହେବେ।

Comments are closed.