ସୋମବାର ରାଶିଫଳ

ମେଷ: ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ଚଞ୍ଚଳମନା ହୋଇ ପାରନ୍ତି। ହୃଷ୍ଟଚିତ୍ତ ହେବେ। ଅତିସୁଖୀ ହେବା ଆଶା କରାଯାଏ। ରୂପବାନ୍‍ ହୋଇପାରନ୍ତି।

ବୃଷ: ଆୟ ପରିମାଣ ବୃଦ୍ଧି ପାଇବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସରକାରୀ କିମ୍ବା ବନ୍ଧୁଙ୍କ ସହାୟତା ପାଇ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଅଭିଳାଷ ପୂରଣ ହେବ। ସୁଖ-ସମ୍ମାନ ଲାଭ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। କର୍ମ ତତ୍ପରତା ପ୍ରକାଶ ପାଇବ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁ ସତ୍କାର କରି ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁରେ ପୀଡ଼ା ଦେଖାଦେବ।

କର୍କଟ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚେଷ୍ଟା ଫଳବତୀ ହେବ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‍ ଓ ଭୋଗ-ବିଳାସୀ ହେବେ। ଗୁଣଜ୍ଞ ହେବେ।

ସିଂହ: ସାମାନ୍ୟ ପରିମାଣର ଆର୍ଥିକ ଲାଭ ପାଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ରାଜଦ୍ୱାରେ ସମ୍ମାନିତ ହେବେ। ସନ୍ତାନ ସୁଖ ପାଇ ପାରନ୍ତି। ଉତ୍ତମ ଗୃହରେ ବାସ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ। ଉତ୍ତମ ଗୁଣଯୁକ୍ତ ହେବେ।

କନ୍ୟା: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତ ସ୍ୱଭାବର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ଭାଳିବେ। ବିବାଦରେ ବିଜୟୀ ହେବେ।

ତୁଳା: ମାନସିକ ସ୍ତରରେ ଅଶାନ୍ତି ଜାତ ହୋଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରତିହିଂସା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭବାନ୍‍ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ବିଛା: ନୂତନ କର୍ମକ୍ଷେତ୍ରରେ ଯୋଗଦାନ କରିବେ। ଘାତଚନ୍ଦ୍ର ଭୋଗ ହେତୁ ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବନ୍ଧୁଙ୍କ ସହାୟତା ପାଇ ଲାଭବାନ୍‍ ହେବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ।

ଧନୁ: ମାନସିକ ସ୍ତରରେ ପ୍ରଫୁଲ୍ଲିତ ହୋଇପାରନ୍ତି। ଶତ୍ରୁ ଭୟକୁ ଖାତିର ନ କରି କାର୍ଯ୍ୟ ସଂପାଦନ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀ ହେବେ। ଶେଷରେ ଶତ୍ରୁ ଦମନ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁଭାଷୀ ହୋଇପାରନ୍ତି।

ମକର: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ବିଚାର-ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡ଼ିବ। ଅର୍ଥ ଚିନ୍ତା ଉପୁଜି ପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମବସ୍ତ୍ର, ରତ୍ନସହିତ ସରକାରୀ ଧନ ମିଳିପାରେ।

କୁମ୍ଭ: ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଯାନ-ବାହନ ସୁଖ ମିଳିପାରେ। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ।

ମୀନ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ହୋଇପାରନ୍ତି। କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।

Comments are closed.