ମଙ୍ଗଳବାର ରାଶିଫଳ(୨୧/୦୪/୨୦୨୦)
ମେଷ : ଅସୁସ୍ଥତା କାରଣରୁ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ପଶୁ ସମ୍ପଦ ଲାଭ ହୋଇପାରେ। ଉତ୍ତମଗୁଣଯୁକ୍ତ ହେବେ। ନୀତିନିଷ୍ଠ ହୋଇପାରନ୍ତି।
ବୃଷ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିଛି। ସୁଖ-ସମ୍ଭୋଗ କରିପାରନ୍ତି। ଧର୍ମାଶ୍ରୟୀ ହୋଇପାରନ୍ତି। ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଜ୍ଞାନୀ ହେବେ।
ମିଥୁନ: ଶ୍ରମ ସାର୍ଥକ ହେବ। ବହୁ ଶୁଭଫଳ ଆଶା କରାଯାଏ। ଜନସାଧାରଣଙ୍କ ଦ୍ୱାରା ସମ୍ମାନିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀଣ ଉନ୍ନତି ହେବ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ଧନଶାଳୀ ହୋଇପାରନ୍ତି।
କର୍କଟ: ଭ୍ରମଣ ସୁଖ ମିଳିପାରେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଉତ୍ତମ ବୁଦ୍ଧି, ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ମଣି-ଭୂଷଣାଦି ପ୍ରାପ୍ତ ହୋଇପାରନ୍ତି। ସତ୍କର୍ମରେ ନିୟୋଜିତ ହୋଇପାରନ୍ତି।
ସିଂହ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। କୃପଣ ସ୍ୱଭାବର ହୋଇପାରନ୍ତି। ଭାଗ୍ୟବାନ୍ ହେବେ। ସମ୍ମାନିତ ହୋଇପାରନ୍ତି। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବେ। ଭାଗୁଆଳି ବ୍ୟବସାୟରୁ କିଛିଟା ଲାଭ ମିଳିବ। ଧ୍ୟାନରତ ହେବେ।
କନ୍ୟା: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସତ୍ପଥଗାମୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣ କଲେ ବିଶେଷ ଉପକୃତ ହେବେ। ବନ୍ଧୁ ବର୍ଗ ଓ ପ୍ରିୟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ।
Related Posts