ଶୁକ୍ରବାର ରାଶିଫଳ

ମେଷ: ଭ୍ରାତୃ ବିବାଦର ଅବସାନ ଘଟିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ହସ-ଖୁସି ଲାଗି ରହିବ। ବିଭିନ୍ନ ଦିଗରୁ ଆଶା କରୁଥିବା ସାହାଯ୍ୟ ପାଇ ମନସ୍କାମନା ପୂରଣ କରିପାରନ୍ତି। ରସିକ ହେବେ। ପରାମର୍ଶଦାତା ହେବେ।

ବୃଷ: କାର୍ଯ୍ୟରେ ଆଗେଇବେ। ମନୋବଳ ଦୃଢ଼ ରହିବ। ଆରୋଗ୍ୟ ହେବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସ୍ତ୍ରୀଧନ ହେତୁ ସୁଖୀ ହେବେ। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟ କର୍ତ୍ତା ହୋଇପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ମନ ଦ୍ୱିଧାଗ୍ରସ୍ତ ହୋଇପାରେ। ପରଚର୍ଚ୍ଚା କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ସର୍ବ ଶୁଭ ଆଶା କରାଯାଏ। ଶୁଭ କାର୍ଯ୍ୟ କରଣୀୟ। ସନ୍ତାନମାନେ ବିପଦ ମୁକ୍ତ ରହିବେ। ସତ୍‍କର୍ମ ବିରୋଧୀ ହେବେ।

କର୍କଟ: ଧୈର୍ଯ୍ୟଶୀଳ ହେବା ଆବଶ୍ୟକ। ଭୟର ଆଶଙ୍କା ରହିଛି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର-କନ୍ୟା ଲାଭ ହୋଇପାରେ। ରାଜ ସିଂହାସନରେ ବସିବା ଭଳି ସୁଖ ଅନୁଭବ କରିପାରନ୍ତି। ଅଭୀଷ୍ଟ ସିଦ୍ଧ ହେବ। ଦୃଢ଼ ବିଶ୍ୱାସର ସହ କାର୍ଯ୍ୟ କରିପାରନ୍ତି।

ସିଂହ: ଦିନ ସାରା ସତର୍କତା ସହ ଚଳିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବ। ସମ୍ମାନିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବିବାଦରେ ବିଜୟୀ ହେବେ। ଦାନ-ଧର୍ମ ଉପରେ ଗୁରୁତ୍ୱ ଦେଇ ଶ୍ରୀଘ୍ର କାର୍ଯ୍ୟ କରିବେ।

କନ୍ୟା: ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନରେ ଉଦ୍‍ବେଗ ଜାତ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଭାଗ୍ୟବାନ୍‍ ହେବେ। ପ୍ରତିଶୋଧ ପରାୟଣ ହୋଇପାରନ୍ତି।

ତୁଳା: ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ମହିଳାମାନଙ୍କୁ ସହାୟତା ଦେବେ। ଉତ୍ତମ ଭୋଜନ ପାଇ ଖୁସି ହେବେ। ବ୍ୟବସାୟରେ ଅଧିକ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଚିନ୍ତାଧାରା ଉନ୍ନତ ହେବ।

ବିଛା: ଧନ ଲାଭର ସୂଚନା ମିଳୁଛି। କାର୍ଯ୍ୟରେ ବାଧାବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଅଟକି ରହିଥିବା କାର୍ଯ୍ୟ ଅଗ୍ରଗତି ଘଟାଇ ପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ମନଭୁଲା କଥାରେ ଅନ୍ୟକୁ ବଶ କରି ପାରନ୍ତି।

ଧନୁ: ମନରେ ସ୍ଥିରତା ସୃଷ୍ଟି ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ଅର୍ଥ ପ୍ରାପ୍ତ ହେବ। ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀ କୃପା ଲାଭ କରିବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। କୀର୍ତ୍ତିମାନ୍‍ ହେବେ।

ମକର: ବ୍ୟବସାୟ ଲାଭଜନକ ହେବ। ଉଦାର ସ୍ୱଭାବର ହୋଇପାରନ୍ତି। ଆଶା ପୂରଣ ହୋଇପାରେ। ସମ୍ମାନିତ ହେବାର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। ସରକାରୀ କୃପା ଲାଭ କରିପାରନ୍ତି। କୀର୍ତ୍ତିମାନ ହେବେ। ଅର୍ଥ ପ୍ରାପ୍ତ ହେବେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦାନ-ଧର୍ମକୁ ଆଦରି ନେଇ ପାରନ୍ତି। ଅନେକ କ୍ଷେତ୍ରରେ କ୍ରୋଧ ସମ୍ବରଣ କରି କାର୍ଯ୍ୟ ହାସଲ କରିବେ। ଉଦାର ସ୍ୱଭାବ ପ୍ରଦର୍ଶନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିିତାରେ କୃତକାର୍ଯ୍ୟ ହେବେ।

ମୀନ: ଅଶାନ୍ତି ଦୂରେଇ ଯିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ମନରେ ଆକୁଳତା ଅନୁଭବ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.