ଶୁକ୍ରବାର ରାଶିଫଳ

0

ମେଷ: ଉଦାର ସ୍ୱଭାବର ହୋଇପାରନ୍ତି। ଦୁଃଖୀ-ଦରିଦ୍ରଙ୍କ ଅବସ୍ଥା ହୃଦୟଙ୍ଗମ କରି ସହାୟତା ଦେବେ। ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

ବୃଷ: ମନସ୍କାମନାପୂର୍ଣ୍ଣ ହେବ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ହସଖୁସିରେ ସମୟ ବିତାଇ ପାରନ୍ତି। କଫଜନିତ ପୀଡ଼ା ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ।

ମିଥୁନ: ସୁପରାମର୍ଶ ମିଳିପାରେ। ମନରେ ଦ୍ୱିଧାଭାବ ଉପୁଜି ପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ମିତ୍ର ସୁଖ ମିଳିପାରେ।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୈନିକମାନେ ନିଜର ପରାକ୍ରମ ପ୍ରଦର୍ଶନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ସିଂହ: ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ମନରେ ପ୍ରସନ୍ନ ଭାବଦେଖା ଦେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା, କଫ ସହିତ ଚକ୍ଷୁପୀଡ଼ା ଉପୁଜି ପାରେ। ସମୟ ଉପସ୍ଥିତ; ଯେଉଁଥିରେ ରାଜଯୋଗ ଅଛି।

କନ୍ୟା: ଗୁପ୍ତଧନର ସନ୍ଧାନ ପାଇବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

ତୁଳା: କର୍ମ ଚଞ୍ଚଳ ରହିବେ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ଦୁଃଖୀ, ଦରିଦ୍ରଙ୍କ ଉପରେ ଦୟାଭାବ ଦେଖାଇ ପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖ ଭୋଗ କରିବେ।

ବିଛା: କାର୍ଯ୍ୟରେ ଦେଖାଦେଇ ଥିବା ବିଶୃଙ୍ଖଳାକୁ ଶୃଙ୍ଖଳିତ କରିପାରନ୍ତି। ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗବିଳାସରେ କଟାଇ ପାରନ୍ତି। ଧର୍ମାତ୍ମା, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

ଧନୁ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ବ୍ୟୟଭାର ବଢ଼ିପାରେ। ସର୍ଦ୍ଦି ଓ କଫଜନିତ ପୀଡ଼ା ଉପୁଜି ପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମକର: ଏକ ନୂତନ ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହୋଇପାରେ। ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

କୁମ୍ଭ: ଦୃଢ଼ମନୋବଳ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରନ୍ତି। ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ନିନ୍ଦୁକମାନଙ୍କୁ ଉଚିତ୍‍ ଜବାବ ଦେବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃଭାବ ଅତୁଟ ରହିବ।

ମୀନ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ମହିଳା ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ ଓ ତେଜସ୍ୱୀ ହେବେ।

Leave A Reply