ଗୁରୁବାର ରାଶିଫଳ

0

ମେଷ: ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରିୟଭାଷୀ ସୁବର୍ଣ୍ଣ ସଂପଦର ଅଧିକାରୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଗୁଣଜ୍ଞ ହେବେ।

ବୃଷ: ଲୋଭଗ୍ରସ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ଯାନବାହନଯୁକ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ ହେବେ।

ମିଥୁନ: ସାଂସାରିକ ଜୀବନରେ ବୁଝାମଣା ଉତ୍ତମ ଧରଣର ରହିବ। ଆତ୍ମ ସନ୍ତୋଷ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଧନବାନ ହେବେ। ଗୁଣବାନ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ଦାମ୍ପତ୍ୟ ସୁଖ ମିଳି ପାରେ।

କର୍କଟ: ପରିଶ୍ରମର ମୂଲ୍ୟ ମିଳିବା କଷ୍ଟସାଧ୍ୟ ହୋଇପାରେ; ତଥାପି କର୍ତ୍ତବ୍ୟନିଷ୍ଠ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁରଭାଷୀ ହୋଇପାରନ୍ତି।

ସିଂହ: ପୈତୃକ ସଂପତ୍ତିକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇପାରେ। ଆୟର ପରିମାଣ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତି ସହଜ ସୁଲଭ ହେବ। ସରକାରୀ ସହାୟତା ଓ ସମ୍ମାନ ମିଳିବ। ସର୍ବାଙ୍ଗୀଣ ଉନ୍ନତି ସହ ଗୃହରୁ ଶାନ୍ତି ମିଳିବ।

କନ୍ୟା: ନୂତନ ଜ୍ଞାନ ଲାଭ କରି ପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ମିଳିବ। ଗୃହ ପରିବେଶ ଠିକ୍‍ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛିର ଅଧିକାରୀ ହେବେ। ଗୁଣଜ୍ଞ ହେବେ।

ତୁଳା: ଦିନଟି ସମସ୍ୟା ବହୁଳ ହେଲେ ବି ପୂର୍ବ ପ୍ରସ୍ତୁତି ଯୋଗୁଁ ଆନନ୍ଦ ଉତ୍ସବ ଲାଗି ରହିବ। ରାଜବଂଶ ପୂଜିତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ ମିଳିବ।

ବିଛା: ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ଚାପ ସୃଷ୍ଟି ହୋଇପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁନାଶ କରିବେ। ତେଜୀୟାନ ହେବେ। ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ହେବେ।

ଧନୁ: ଜଟିଳ ସମସ୍ୟାର ସମାଧାନ କରିପାରନ୍ତି। ସୁଖ-ସନ୍ତୋଷ ଲାଭ କରିବେ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରୁ ଅଧିକ ଉଜ୍ଜ୍ୱଳମୟ କରିପାରନ୍ତି। ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ମକର: କାର୍ଯ୍ୟକ୍ଷେତ୍ରରେ ସାମୟିକ ଭାବେ ବୁଦ୍ଧିର ଅଭାବ ଘଟିପାରେ। ବନ୍ଧୁ ମିଳନରେ ଉପକୃତ ହେବେ। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ଚାକିରିରେ ସମ୍ମାନିତ ହେବେ।

କୁମ୍ଭ: ପରିଶ୍ରମ ମୂଲ୍ୟାଙ୍କନ ହେବ। କର୍ମ ଚଞ୍ଚଳ ରହିବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳ କରି ଗଢ଼ିବାକୁ ପ୍ରୟାସ ଜାରି ରହିବ। ଅର୍ଥାଭାବ ପଡ଼ିବ ନାହିଁ। ବାଣିଜ୍ୟ ପାଇଁ ଲକ୍ଷ୍ମୀ ବରଦାୟିକା ହେବେ।

ମୀନ: ମନରେ ଭୟର ସଞ୍ଚାର ହେଲେ ବି ତାକୁ ଭ୍ରୂକ୍ଷେପ ନ କରି ସ୍ୱକର୍ମରେ ଆଗକୁ ବଢ଼ି ପାରନ୍ତି। ସମାଜ ସେବା ପ୍ରତି ମନ ବଳାଇବେ। ସର୍ବାଙ୍ଗୀଣ ଉନ୍ନତି ଘଟିପାରେ। କୃଷି କାର୍ଯ୍ୟରେ ତତ୍ପର ହେବେ। ଉଦାର ପ୍ରକୃତିର ହୋଇପାରନ୍ତି।

Leave A Reply