ଗୁରୁବାର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ବିଶ୍ୱାସୀ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ମେଳାପୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।

ବୃଷ: ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ। କେତେକ ଘଟଣାରେ ନିରବ ଦ୍ରଷ୍ଟା ହେବେ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

ମିଥୁନ: ସୁଖ-ସନ୍ତୋଷର ଭାଗିଦାରୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ରୋଜଗାର ଆଶାନୁରୂପ ହୋଇପାରେ। ସରକାରୀ ଓ ବନ୍ଧୁ ସହାୟତା ମିଳିପାରେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।

କର୍କଟ: ନିଜ ପ୍ରଭାବର ସଦୁପଯୋଗ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ଘଟିବ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଧାର୍ମିକ, ସାହସୀ ଓ ଜ୍ଞାନୀ ହେବେ।

ସିଂହ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୋଜଗାର ଆଶାନୁରୂପ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ଓ ସମ୍ମାନ ମିଳିବ।

କନ୍ୟା: ବାଧ୍ୟତାର ବଶବର୍ତ୍ତୀ ହେବେ। ପରିଶ୍ରମ କଷ୍ଟକର ହେଲେ ବି ତା’ର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟରୁ ଲାଭ ମିଳିବ। ଯଶସ୍ୱୀ ହୋଇପାରନ୍ତି।

ତୁଳା: ଆଶାବାଦୀ ହୋଇପାରନ୍ତି। ପରର ଉପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

ବିଛା: ବିଭିନ୍ନ ଦିଗରୁ ଲାଭବାନ୍‍ ହେବେ। ଧନକ୍ଷୟ ହେବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

ଧନୁ: ଚିନ୍ତାମୁକ୍ତ ହୋଇପାରନ୍ତି। ସୁଖ-ସନ୍ତୋଷ ଲାଭ କରିବେ। କୁଳବେଉଷା ଜନିତ ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ସ୍ତ୍ରୀଙ୍କ ଅଧୀନ ହେବେ।

ମକର: ବିଚାରରେ ପକ୍ଷପାତିିତା ନ କରି ଆଇନ ସମ୍ମତ ବିଚାର କଲେ ଲୋକାପବାଦରୁ ନିସ୍ତାରି ଯିବେ। ଦୁଃସାହସୀ ହୋଇପାରନ୍ତି। ବଦଖର୍ଚ୍ଚୀ ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହେବେ।

କୁମ୍ଭ: ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୌଭାଗ୍ୟ ଅଛି। ବ୍ୟବସାୟରୁ ପ୍ରଚୁର ଧନଲାଭ କରିପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

ମୀନ: ଅର୍ଥ ପ୍ରାପ୍ତର ସୂଚନା ମିଳୁଛି। ଦ୍ରବ୍ୟନଷ୍ଟ ହୋଇପାରେ। ଭାବ ପ୍ରକୃତିର ହେବେ। ଦାନଶୀଳ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ୍‍ ହେବେ।

Comments are closed.