ବୁଧବାର ରାଶିଫଳ

0

ମେଷ: ମନ ପ୍ରସନ୍ନ ରହିବ। ଧାର୍ମିକ ସ୍ୱଭାବର ହେବେ। ଆପଣଙ୍କ କଥା ବାର୍ତ୍ତାର ଶୈଳୀ, ପରକୁ ଆପଣାର କରିବ। ମେଳାପୀ ପ୍ରକୃତିର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ବିବାଦରେ ବିଜୟୀ ହେବେ।

ବୃଷ: ଅର୍ଥ ପାଇଁ ଅନର୍ଥ ଉପୁଜି ପାରେ; ତଥାପି ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ ହୋଇପାରନ୍ତି। ସହିବା ଗୁଣ ଅଧିକ ହେବ। ଉଦାର ବିଦ୍ୟାପ୍ରେମୀ ହେବେ।

ମିଥୁନ: ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଖାଦ୍ୟ ମିଳିବ। ଶକ୍ତିମାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରୁନି। ମୋକଦ୍ଦମାର ବିଜୟୀ ହୋଇ ଧନ ଲାଭ ହେବାର ସୂଚନା ମିଳୁଛି।

କର୍କଟ: ଅତିଥି ପରାୟଣ ହେବେ। ଭ୍ରମଣ ସ୍ଥଗିତ ରଖିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତ୍ୟେକ ଘଟଣାକୁ ହସି ହସି ଗ୍ରହଣ କରିବେ। ସାହସୀ ଓ ଜ୍ଞାନୀ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ।

ସିଂହ: ନିଜେ କରିଥିବା କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ସମ୍ମାନିତ ହେବାର ସୂଚନା ମିଳୁଛି। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନପ୍ରାପ୍ତ ହେବେ।

କନ୍ୟା: କର୍ମ ଚଞ୍ଚଳ ରହିବେ। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ଦୀନ ଦୟାଳୁ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧାର୍ମିକ ହେବେ। ରାଜ୍ୟ ବାହାରେ ରହିବାର ସୁଯୋଗ ହାସଲ କରିବେ। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ଆଳସ୍ୟ ପରାୟଣ ହୋଇପାରନ୍ତି। ନୃତ୍ୟ ସଂଗୀତ ପ୍ରିୟ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।

ଧନୁ: କାର୍ଯ୍ୟରେ ଚଞ୍ଚଳ ଚେଷ୍ଟିତ ହେବେ। ପ୍ରୀତି ଲାଭ କରି ଆତ୍ମହରା ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁଖ ମିଳିବ।

ମକର: ଉଚ୍ଚଶିକ୍ଷା ସହିତ ଅଭିଜ୍ଞ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଶତ୍ରୁ ଦମନ କରିବେ। ଚାକିରିରେ ସୁନାମ ମିଳିବ।

କୁମ୍ଭ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟୀଙ୍କର ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି।

ମୀନ: ଉଦାର ଭାବ ପ୍ରଦର୍ଶନ କରିପାରନ୍ତି। ଦାନ-ଧର୍ମକୁ ଦୀକ୍ଷାଭାବେ ଗ୍ରହଣ କରିବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷି ଉପରେ ଉଚିତ୍‍ ଧ୍ୟାନ ଦେବେ। ଯାନାଦି କ୍ରୟ କରିବେ।

Leave A Reply