ଶନିବାର ରାଶିଫଳ (୦୭। ୦୩।୨୦୨୦)

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ତଥା ସତ୍ୟ ଉପରେ ପର୍ଯ୍ୟବସିତ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ଶୁଭଫଳ ମିଳିବା ଆଶା କରାଯାଏ।

ବୃଷ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ମିଥୁନ: କାର୍ଯ୍ୟରେ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। ଶୁଭ ସମ୍ବାଦ ଶୁଣି ସବୁ ଦୁଃଖ ପାସୋରି ଯାଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି। ସ୍ନେହ, ସହାନୁଭୂତି ଓ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀଙ୍କ ଉଦ୍ୟମ ଫଳପ୍ରଦ ହେବ।

କର୍କଟ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ସୁଖ ମିଳିବ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ।

ସିଂହ: ଯାତ୍ରା ସ୍ଥଗିତ ରଖିପାରନ୍ତି। ଚଞ୍ଚଳମନା ହେବେ। ମଧୁର ବଚନରେ ଜନମନ ହରଣ କରିବେ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ବିଦ୍ୟାର୍ଥୀମାନଙ୍କ ପ୍ରସ୍ତୁତି ଫଳପ୍ରଦ ହେବ।

କନ୍ୟା: ରୋଜଗାର ବୃଦ୍ଧି ପାଇବ। ଉପୁଜି ଥିବା ସମସ୍ୟା ମୂଳପୋଛ ହୋଇପାରେ। ଉନ୍ନତିକର କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିଦ୍ୟାର୍ଥୀ ବିଶେଷ ଉପକୃତ ହେବେ।

ତୁଳା: ବ୍ୟବସାୟରେ ବ୍ୟସ୍ତ ରହିପାରନ୍ତି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟ ଆନନ୍ଦଦାୟକ ହେବ। କୀର୍ତ୍ତିମାନ୍‍ ହେବେ।

ବିଛା: ଦେବ ଦର୍ଶନ ଶୁଭଦାୟକ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀଙ୍କ ପଢ଼ାରେ ଉତ୍ସାହ ବୃଦ୍ଧି ପାଇବ।

ଧନୁ: ବ୍ୟବହାର କୁଶଳତା ଶତ୍ରୁମାନଙ୍କୁ ବଶ କରିପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ କ୍ଳେଶ ଅନୁଭବ କରିପାରନ୍ତିି। ବିଦ୍ୟାର୍ଥୀମାନେ ଖେଳ କୁଦରେ ସତର୍କ ରହିବେ।

ମକର: ପ୍ରୀତି ଲାଭ କରିପାରନ୍ତି। ବାଣିଜ୍ୟ କାରବାର ପୂର୍ବାପେକ୍ଷା ଅଧିକ ଲାଭଦାୟକ ହେବ। ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ଦୀନଦରିଦ୍ରଙ୍କ ପାଇଁ ଦୟାର ଅବତାର ହେବେ। ଯଶସ୍ୱୀ ହେବେ। ପାରିବାରିକ ଶ୍ରଦ୍ଧା ରହିବ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ।

କୁମ୍ଭ: ଶତ୍ରୁ ଦମନ ପାଇଁ ସହାୟତା ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସ୍ୱକର୍ମ ଆନନ୍ଦଦାୟକ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ।

ମୀନ: ଚଞ୍ଚଳମନା ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମନ ପ୍ରଫୁଲ୍ଲ ରହିବ। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ଉପଦେଶରେ ଚଳିବେ।

Comments are closed.