ରବିବାର ରାଶିଫଳ

0

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଘାତଚନ୍ଦ୍ର ହେତୁ ସାବଧାନ।

ବୃଷ: ଆନନ୍ଦ-ଉଲ୍ଲାସରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ସୁସମ୍ବାଦ ପାଇ ସୁଖ ଅନୁଭବ କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁ ଭଲ। ହାସ୍ୟଯୁକ୍ତ ହେବେ।

ମିଥୁନ: ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତି ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।

କର୍କଟ: ବନ୍ଧୁମାନଙ୍କ ସାନ୍ନିଧ୍ୟ ଲାଭ କରିବେ। ସୁଖ-ସନ୍ତୋଷ ମିଳିବ। କର୍ତ୍ତବ୍ୟନିଷ୍ଠ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯଶସ୍ୱୀ ହେବେ। ସେବା ଭାବରେ ଉଦ୍‍ବୁଦ୍ଧ ହେବେ।

ସିଂହ: ଅଧିକ ଦାୟିତ୍ୱ ବହନ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଗୃହରେ ଆନନ୍ଦ ଉତ୍ସବ ଲାଗି ରହିବ।

କନ୍ୟା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖ ମିଳିବା କଷ୍ଟସାଧ୍ୟ ହେବ। ଯୋଜନା ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଦେବେ। ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନିତ ହେବେ।

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। ବନ୍ଧୁ ଓ ପରିବାରଙ୍କ ସହାୟତାରେ ଅସାଧ୍ୟ ସାଧନ କରିପାରନ୍ତି। ଯଶସ୍ୱୀ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ସୁଖୀ ହେବେ।

ଧନୁ: ଆତ୍ମ ସମ୍ମାନ ରକ୍ଷା କରିବାରେ ସିଦ୍ଧହସ୍ତ ହେବେ। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ସରଳ ଓ ନିରାଡମ୍ବର ଜୀବନ ଯାପନ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ତ୍ତବ୍ୟ ପରାୟଣ ହେବେ। ଉନ୍ନତି ପଥରେ ଆଗେଇବେ।

ମକର: ନିଜକୁ ଅସହାୟ ମନେ କରିପାରନ୍ତି। ମାନ-ସମ୍ମାନ ରକ୍ଷା କରିବାକୁ ତତ୍ପର ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଗୃହର ପରିବେଶ ଉତ୍ତମ ଧରଣର ହେବ। ଅର୍ଥ ପ୍ରାପ୍ତ ହେବେ।

କୁମ୍ଭ: କାର୍ଯ୍ୟ ସମ୍ପାଦନରେ ଉତ୍ସାହ ବୃଦ୍ଧି ପାଇବ। ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ଶାସନ ପ୍ରଣାଳିରେ ସୁଧାର ଆଣିପାରନ୍ତି। ସନ୍ତୋଷ ମିଳିବ।

ମୀନ: ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଦାୟିତ୍ୱ ବୃଦ୍ଧି ପାଇବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ମଧୁରଭାଷୀ ହୋଇପାରନ୍ତି। ବଦଖର୍ଚ୍ଚ କରିପାରନ୍ତି। ନିରୋଳାରେ ସାମୟିକ ଭାବେ ଜୀବନଯାପନ କରିବେ।

Leave A Reply