ଶନିବାର ରାଶିଫଳ

0

 

ମେଷ: ପୈତୃକ ସମ୍ପତ୍ତି ପାଇଁ ମାଲି ମୋକଦ୍ଦମା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ସନ୍‌ମାର୍ଗୀ ହୋଇ, ଦାନକୁ ବ୍ରତଭାବେ ଗ୍ରହଣ କରିବେ।

ବୃଷ: ଅନୁରୂପ ଓ ଦକ୍ଷତା ବୃଦ୍ଧି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ। କାବ୍ୟକର୍ତ୍ତା ହୋଇପାରନ୍ତି।

ମିଥୁନ: ଆଶାବାଦୀ ହୋଇପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ବିଶେଷ ସଫଳତା ଲାଭ କରିପାରନ୍ତି। ସତ୍‌ ଉପାୟରେ ଧନ ଅର୍ଜନ କରିପାରନ୍ତି। ଗୁଣଜ୍ଞ ହୋଇପାରନ୍ତି। ବୁଦ୍ଧିମାନ୍‌ ହେବେ। ସୁଖ ମିଳିବ।

କର୍କଟ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସନ୍ତାନ ମିଳିପାରେ। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ଧନ ମିଳିବ। ଯାନବାହନ ସୁଖ ମିଳିବ। ଉତ୍ତମ ବାକ୍ୟ ବିନିମୟରେ ପଟୁତା ଦେଖା ଦେବ। ସର୍ବାଙ୍ଗୀଣ ଉନ୍ନତି ହେବ।

ସିଂହ: ବିରୋଧତା ବୃଦ୍ଧି ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତା ହ୍ରାସ ହୋଇପାରେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ। କୌଶଳ ପ୍ରୟୋଗ କରି ଶତ୍ରୁନାଶ କରିବେ।

କନ୍ୟା: ନୂତନ ଆୟ ପନ୍ଥା ଖୋଲି ପାରନ୍ତି। ନିଜକୁ କଳହଠାରୁ ଦୂରେଇ ରଖିବେ। ଦିନଟି ସୁଖରେ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ପୂଜ୍ୟପୂଜା ପାଇ ପାରନ୍ତି। ସତ୍‌କ୍ରୀୟାଯୁକ୍ତ ହେବେ। ଭ୍ରାନ୍ତମନା ହୋଇପାରନ୍ତି।

ତୁଳା: ଅଟକି ଥିବା ଅର୍ଥ ମିଳିପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ବଳବାନ୍ ହୋଇ ଅସାଧ୍ୟ ସାଧନ କରିବେ।

ବିଛା: କାର୍ଯ୍ୟ ହାସଲ ପାଇଁ ଅହରହ ଚେଷ୍ଟିତ ହେବେ। ଆଶାବାଦୀ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଧନାଗମର ବି ସୁଯୋଗ ଅଛି। ସମସ୍ୟାରେ ଜଡ଼ିତ ହୋଇପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ଅଶେଷ ଗୁଣର ଅଧିକାରୀ ହେବେ।

ଧନୁ: ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ନୈତିକତା ବୃଦ୍ଧି ହେବାର ସୂଚନା ମିଳୁଛି।

ମକର: ହଜି ଯାଇ ଥିବା ପଦାର୍ଥ ଫେରିପାଇବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ଧର୍ମ-ଧାରଣାର ବଶବର୍ତ୍ତୀ ହେବେ। ସତ୍‌କର୍ମରେ ସଫଳତା ପାଇବେ। ସମୃଦ୍ଧି ହେବ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟରେ ପ୍ରାୟତଃ ଲାଭବାନ୍‌ ହୋଇପାରନ୍ତି। ଭଲ ଆୟ ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଘାତଚନ୍ଦ୍ର ଯୋଗୁଁ  ଅଶାନ୍ତି ଓ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ହେବ। ବିଭାଗୀୟ ଅର୍ଥ ମିଳିପାରେ। ମଧୁରଭାଷୀ ହେବେ।

ମୀନ: ମନ ଅସ୍ଥିର ରହିବ; ତଥାପି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ମନରେ ସରସତା ଆସିବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଉତ୍ତମ ଗୁଣ ଓ ନୀତି ନିଷ୍ଠ ହେବେ।

Leave A Reply