MEllora 950×100

ବୃହସ୍ପତିଙ୍କ ଗତିପରିବର୍ତ୍ତନ .. ଜାଣନ୍ତୁ ଆପଣଙ୍କ ରାଶିରେ ମିଳିବ କି ଫଳ

ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଶୁଭଫଳ ପ୍ରଦାନ କରୁଥିବା ଗ୍ରହ ବୃହସ୍ପତି ଗ୍ରହ ବୋଲି କୁହାଯାଏ । ବୃହସ୍ପତି ଗ୍ରହ ୨୪ ନଭେମ୍ବର ୨୦୨୨ରେ ଗତି ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ୨୪ ନଭେମ୍ବରରୁ ଦେବଗୁରୁ ଭୋର ୪ଟା ୨୭ ମିନିଟ୍‍ ରେ ନିଜର ରାଶି ମୀନରେ ରହିବା ସହ ଗତି ପରିବର୍ତ୍ତନ କରିଛନ୍ତି । ଧନୁ ଓ ମୀନ ରାଶିର ସ୍ୱାମୀ ଗ୍ରହ ଗୁରୁ ହୋଇଥାଆନ୍ତି । ବୃହସ୍ପତିଙ୍କୁ ଜ୍ଞାନ,ମାନ-ସମ୍ମାନ,ଧର୍ମ ଓ ଧନ-ସମୃଦ୍ଧିର କାରକ ବୋଲି କୁହାଯାଏ । ଜାତକରେ ଗୁରୁ ଉତ୍ତମ ସ୍ଥାନରେ ରହିଥିଲେ ସର୍ବଦା ଉତ୍ତମ ପ୍ରଦାନ କରିଥାଆନ୍ତି । ଗୁରୁଙ୍କର ମୀନ ରାଶିରେ ଗତି କରିବା ଫଳରେ ସମସ୍ତ ରାଶି ଉପରେ ଏହାର ଶୁଭଫଳ ମିଳିଥାଏ । ଜାଣନ୍ତୁ କେଉଁ ରାଶିଙ୍କ ଉପରେ କି ପ୍ରଭାବ ପଡିବ..
ମେଷ ରାଶି – ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଧନ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । କାହାରିକୁ ମଧ୍ୟ ଧନ କରଜ ଦିଅନ୍ତୁ ନାହିଁ ।
ବୃଷ ରାଶି – କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଅଟକି ରହିଥିବା କାମ ଶୀଘ୍ର ପୂରା ହେବ । ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସମସ୍ତ ପ୍ରକାରର ସୁଖସୁବିଧା ମିଳିବ । ନୂତନ କର୍ମକ୍ଷେତ୍ରରେ ନିଯୁକ୍ତିର ମଧ୍ୟ ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିବ । ଭୂମି କିଣାବିକା ମାମଲାରେ ମଧ୍ୟ ଶୁଭଫଳ ମିଳିବାର ସମ୍ଭାବନା ରହିଛି ।
କର୍କଟ ରାଶି – କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁ ଓ ପ୍ରିୟଜନଙ୍କ ପକ୍ଷରୁ ଶୁଭ ଖବର ମିଳିବ । ଧନଲାଭର ଯୋଗ ରହିଛି ।
ସିଂହ ରାଶି – ଅଧିକ ଉତ୍ତମ ନହେଲେ ମଧ୍ୟ କୌଣସି ଖରାପ ପ୍ରଭାବ ମଧ୍ୟ ପଡିବ ନାହିଁ । ସମସ୍ୟା ଆସିଲେ ମଧ୍ୟ ସମାଧାନ ହେବା ସହ ମଧ୍ୟମ ଫଳ ମିଳିବ । କରଜ ଦେବା କିମ୍ବା ନେବା ସମୟରେ ବିଶେଷ ଧ୍ୟାନ ରଖନ୍ତୁ ।
କନ୍ୟା ରାଶି – ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ । ଅନେକ ଦିନରୁ ଲାଗି ରହିଥିବା କାମରେ ସଫଳତା ମିଳିବ । ଜୀବନସାଥୀର ଉତ୍ତମ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଲାଭ ମିଳିବ ।
ତୁଳା ରାଶି – ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ । ସଫଳତା ପାଇଁ ଅନେକ ମାଧ୍ୟମ ମିଳିବ ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଶୁଭଫଳ ପାଇବା ସହ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ । ପ୍ରେମ କ୍ଷେତ୍ରରେ ମଧ୍ୟ ମନ ଭଲ ରହିବ ।
ଧନୁ – ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇପାରେ । ମାତ୍ର ଧିରେ ଧିରେ ସମସ୍ତ ସମସ୍ୟା ଦୂର ହେବ । ସଫଳତା ପ୍ରାପ୍ତି ପାଇଁ ସୁଯୋଗ ମିଳିବ ।
ମକର ରାଶି – ଉତ୍ତର ସୁଯୋଗ ମିଳିବ । ଧାର୍ମିକ କ୍ଷେତ୍ରରେ ଲାଭବାନ୍‍ ହେବେ । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ଓ ପ୍ରସ୍ତାବ ମିଳିବ । ବ୍ୟବସାୟରେ ଲାଭବାନ୍‍ ହେବେ । ଏଭଳି ସୁଯୋଗ ଆସିବ ଯେଉଁଥିରେ ଭବିଷ୍ୟତରେ ଦ୍ୱିଗୁଣା ଲାଭ ପାଇବେ ।
କୁମ୍ଭ – ଧନ ଲାଭର ସୁଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ଲାଭବାନ୍‍ ହେବେ । ଚାକିରି କ୍ଷେତ୍ରରେ ଦରମା ମଧ୍ୟ ବୃଦ୍ଧି ହୋଇପାରେ ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ସଫଳତା ମଧ୍ୟ ମିଳିବ । ମାନ-ସମ୍ମାନ ସହ ଧନସମ୍ପତ୍ତି ବୃଦ୍ଧି ହେବ । ବିଦେଶ ଯାତ୍ରାର ସୁଯୋଗ ରହିଛି ।

 

Comments are closed.