MEllora 950×100

ଡିସେମ୍ବର ପହିଲାରୁ ରାଷ୍ଟ୍ରପତି ଭବନ ସପ୍ତାହର ୫ ଦିନ ଖୋଲା

ନୂଆଦିଲ୍ଲୀ :  ଡିସେମ୍ବର ପହିଲାରୁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ଦେଖିବାଲାଗି ସପ୍ତାହର ୫ ଦିନ ଖୋଲା ରହିବ। ବୁଧବାର, ଗୁରୁବାର,ଶୁକ୍ରବାର, ଶନିବାର ଓ ରବିବାର ଦିନ ରାଷ୍ଟ୍ରପତି ଭବନ ବୁଲି ଦେଖିହେବ ।
ତେବେ ସରକାରୀ ଛୁଟି ଦିନରେ ରାଷ୍ଟ୍ରପତି ଭବନ ବନ୍ଦ ରହିବ । ଦେଖିବା ସମୟ ଦିନ ୧୦ଟାରୁ ୧୧ଟା, ୧୧ଟାରୁ ୧୨ଟା, ୧୨ଟାରୁ ଗୋଟାଏ, ୨ଟାରୁ ୩ଟା ଓ ୩ଟାରୁ ୪ଟା ପର୍ଯ୍ୟନ୍ତ ରହିବ । ଲୋକମାନେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟକୁ ମଧ୍ୟ ଦେଖିପାରିବେ । ସରକାରୀ ଛୁଟିଦିନ ବ୍ୟତିତ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସପ୍ତାହର ୬ ଦିନ ଏହାକୁ ଦେଖିହେବ । ପ୍ରତି ଶନିବାର ସକାଳ ୮ଟାରୁ ୯ଟା ମଧ୍ୟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଚେଞ୍ଜ ଅଫ୍ ଗାର୍ଡ  ଉତ୍ସବ ଦେଖି ହେବ। ଏଥିପାଇଁ ଲୋକମାନେ ଅନ୍‌ଲାଇନରେ ଆବେଦନ କରିବେ ।

Comments are closed.