ମହିଳାମାନଙ୍କ ପ୍ରତି ହିଂସା ରୋକିବା : ବିଶ୍ବ ମାନବାଧିକାର ଦିବସ ଅବସରେ ଆଲୋକମାଳାରେ ସୁସଜ୍ଜିତ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ବିଶ୍ବ ମାନବାଧିକାର ଦିବସ ଅବସରେ ରାଷ୍ଟ୍ରପତି ଭବନକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ​କମଳା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ନେଇ ଏକାଠି ହେବା ପାଇଁ ଆରମ୍ଭ ହୋଇଥିବା ଅଭିଯାନର ଅଂଶ ସ୍ବରୂପ ​କମଳା ରଙ୍ଗର ଆଲୋକମାଳାରେ ରାଷ୍ଟ୍ରପତି ଭବନକୁ ସୁସଜ୍ଜିତ କରାଯାଇଛି ।

ଚଳିତ ବର୍ଷ ଏହି ଅଭିଯାନର ବାର୍ତ୍ତା ରହିଛି  “Orange the World: Generation Equality Stands against Rape”।

Image Source : PIB

Comments are closed.