ରାଷ୍ଟ୍ରୀୟ ଲୋକଅଦାଲତ : ହାଇକୋର୍ଟରେ ୧୨୨ଟି ମାମଲାର ଫଇସଲା

0

କଟକ : ଚଳିତବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ସାରା ଦେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟରେ ଥିବା ବିଭିନ୍ନ ଅଦାଲତଗୁଡ଼ିକରେ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟର ବିଭିନ୍ନ ଅଦାଲତରେ ଆଜି ଶୁଣାଣି ପ୍ରାୟ ୩୧ହଜାର ମାମଲା ତାଲିକାଭୁକ୍ତ ହୋଇଥିଲା। ଓଡ଼ିଶା ହାଇକୋର୍ଟରେ ଆଜି ପାଇଁ ତାଲିକାଭୁକ୍ତ ହୋଇଥିବା ୭୮୦ ମାମଲାରୁ ୧୨୨ଟି ମାମଲା ଫଇସଲା ହୋଇଛି। ଜଷ୍ଟିସ୍‍ ଡ. ଅକ୍ଷୟ କୁମାର ରଥ, ଜଷ୍ଟିସ୍‍ ବିଶ୍ୱନାଥ ରଥ, ଜଷ୍ଟିସ୍‍ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‍ ଡ. ଅକ୍ଷୟ କୁମାର ମିଶ୍ର ଏହି ମାମଲାର ଫଇସଲା କରିଥିଲେ। ଏଥିମଧ୍ୟରୁ ୧୦୫ଟି ମୋଟର ଦୁର୍ଘଟଣା ଜନିତ ମାମଲାର ସମାଧାନ କରି ବିଭିନ୍ନ ବିମା କମ୍ପାନୀଙ୍କୁ ୨କୋଟି ୯୪ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply