ରବିବାର ଏବଂ ସୋମବାରର ରାଶିଫଳ

ମେଷ -ରବିବାର ଓ ସୋମବାର ପାରିବାରିକ ଖୁସି ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସମୟ ପ୍ରତିକୂଳ ରହିବ। ପଦୋନ୍ନତି ମିଳିପାରେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ବୃଷ -ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ୟ୍ୟନ୍ତ କାର୍ୟ୍ୟରେ ପ୍ରତିଷ୍ଠା ଅର୍ଜନ କରିବେ। ରିଷ୍ଟଖଣ୍ଡନ ପାଇଁ ଶିବ ସହସ୍ରନାମ ପାଠ କରନ୍ତୁ।

ମିଥୁନ -ରବିବାର ଓ ସୋମବାର ପରିଶ୍ରମ ଅନୁସାରେ ଫଳପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

କର୍କଟ- ରବିବାର ଓ ସୋମବାର ଅସ୍ଥିରମନା ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ମାନସିକ ଅବସାଦ ଦେଖାଦେବ। ରିଷ୍ଟଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ- ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା-ରବିବାର ଓ ସୋମବାର ବିବାଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ଜମିବାଡ଼ି ଜନିତ ସମସ୍ୟା ଦେଖାଦେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ତୁଳା- ରବିବାର ଓ ସୋମବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ୟ୍ୟନ୍ତ ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ପଦୋନ୍ନତି ମିଳିପାରେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ବିଛା- ରବିବାର ଓ ସୋମବାର ସାବଧାନତା ଲୋଡ଼ା। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ନୂତନ ନିଯୁକ୍ତି ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗବାଣ ପାଠ କରନ୍ତୁ।

ଧନୁ- ରବିବାର ଓ ସୋମବାର ନୂତନ କାର୍ୟ୍ୟ ଆରମ୍ଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସମୟ ଅନୁକୂଳ ରହିବ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

ମକର- ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବସ୍ତୋତ୍ର ପାଠ କରନ୍ତୁ।

କୁ୍ମ୍ଭ – ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।

ମୀନ -ରବିବାର ଓ ସୋମବାର ସାବଧାନତା ଲୋଡ଼ା। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ କାର୍ୟ୍ୟସିଦ୍ଧି ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସ୍କନ୍ଦ କବଚ ପାଠ କରନ୍ତୁ।

Comments are closed.