ଗୁରୁବାର ରାଶିଫଳ

ମେଷ: ହଠାତ୍‌ ରାଗିଯାଇ ଅସୁବିଧାରେ ପଡ଼ିବେ। ଧୈର୍ଯ୍ୟବାନ ହେବେ। ଦାନକୁ ବ୍ରତ ଭାବେ ଗ୍ରହଣ କରିବେ। ସତ୍‌ପଥଗାମୀ ହେବେ। ଧନ ସଞ୍ଚୟ ଓ ବିତରଣ କରିପାରନ୍ତି। ଢ଼େର ସୁନାମ ଅର୍ଜନ କରିବେ ଓ ସମ୍ମାନସ୍ପଦ ହେବେ।

ବୃଷ: ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ସେବାରେ ନିୟୋଜିତ ହୋଇପାରନ୍ତି। ପୂଜା-ପଦ୍ଧତିରେ ମନୋନିବେଶ କରି ଆଶ୍ବସ୍ତ ହେବେ। ଉତ୍ତମ ମନ୍ତ୍ରଣାଦାତା ଭାବେ ବହୁ ସମ୍ମାନର ଅଧିକାରୀ ହେବେ। ଅଧିକାର ସାବ୍ୟସ୍ତ କରିବେ।

ମିଥୁନ: ଯୋଗାଯୋଗରେ ସଫଳତା ଲାଭ କରିବେ। ଦୁଃଖ-ଶୋକ ଉଭୟ ସମସ୍ୟାରେ ପଡ଼ି ପାରନ୍ତି। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ-ମାର୍ଗରେ ମନୋନିବେଶ କରି ସୁଖୀ ହେବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ। ଆଶ୍ବସ୍ତ ହୋଇପାରନ୍ତି। ସୌଭାଗ୍ୟଯୁକ୍ତ ହେବେ। ସମ୍ମାନିତ ହୋଇପାରନ୍ତି। ପୂଜାରେ ଧ୍ୟାନ ଦେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସ୍ତ୍ରୀ, ପୁତ୍ର, ପ୍ରୀତିଯୁକ୍ତ ହୋଇପାରନ୍ତି।

ସିଂହ: ଉନ୍ନତିକର କାର୍ଯ୍ୟରେ ଆଗୁସାର ହୋଇପାରନ୍ତି। ଭାବି-ଚିନ୍ତି କାର୍ଯ୍ୟ କଲେ ସଫଳତା ମିଳିବ। ଆପଣଙ୍କ ବକ୍ତବ୍ୟ ସାଧାରଣରେ ଆଦୃତ ହେବ। କୃପାଳୁ ହୋଇପାରନ୍ତି। ଦେବ-ଗୁରୁଙ୍କ କଲ୍ୟାଣ ଲାଭ କରିବେ। ଶ୍ରେଷ୍ଠ ପଦବୀ ମିଳିବ।

କନ୍ୟା: ଆଳସ୍ୟ ଅନୁଭବ କରିପାରନ୍ତି। ରାଜ-ପୂଜା ମିଳିବ। ବିଳାସ ବ୍ୟସନ କରିପାରନ୍ତି। ସନ୍‌ମାର୍ଗୀ ହେବେ। ସକଳ ବିଦ୍ୟା ଓ ଗୁଣର ଆଧାର ହୋଇପାରନ୍ତି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଉତ୍ସାହୀ ହେବେ। ପରୋପକାରୀ ଓ ଧନବାନ୍‌ ହେବେ।

ତୁଳା: ପରୋପକାରୀ ହେବେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିବ। ଉତ୍ତମ ବଂଶରୁ କନ୍ୟାରତ୍ନ ଆଣି ପାରନ୍ତି। ସୁନ୍ଦର ଶରୀର ଓ ସୁଖୀ ହେବେ। ନିରୀହ ହେବେ। ପ୍ରମାଦହୀନ ହୋଇପାରନ୍ତି।

ବିଛା: ସୁଖ ଅନୁଭବ କରିବେ। ପରିଶ୍ରମର ମୂଲ୍ୟ ମିଳିବ। ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ସୁନ୍ଦର ଓ ରାଜବଂଶ ପୂଜିତ ହୁଏ। ଶତ୍ରୁ ଘାତୀ ହୋଇପାରନ୍ତି। କାର୍ଯ୍ୟଶୈଳୀ ଯୋଗୁଁ ଉଚ୍ଚକର୍ତ୍ତୃପକ୍ଷଙ୍କ ସହଯୋଗ ପ୍ରଶଂସା ମିଳିବ। କର୍ମକ୍ଷେତ୍ର ଉଳମୟ ହେବ।

ଧନୁ: ସାହସୀ ହେବେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଆଶାବାଦୀ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ବୀ ହେବେ। ବିଳାସୀ ହୋଇପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଜନସାଧାରଣଙ୍କ ଆସ୍ଥା ଭାଜନ ହେବେ। ରୁଚିକର ଭୋଜନ ମିଳିବ।

ମକର: ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ଅର୍ଜନ କରିବେ। ଗତିରୋଧର ସମ୍ମୁଖୀନ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ଏପରିକି ସରକାରୀ ଅର୍ଥ ପାଇବାର ସୂଚନା ମିଳୁଛି। ଦୁଃଖରେ ମ୍ରିୟମାଣ ହୋଇପାରନ୍ତି।

କୁମ୍ଭ: ଶ୍ରେଷ୍ଠତା ବଜାୟ ରଖିବେ। ଯାନବାହନ ସୁଖ ମିଳିବ। ସୁମିତ୍ରଙ୍କ ସହଯୋଗ ପାଇବେ। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ନାନାସୁଖର ଅଧିକାରୀ ହେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ବିଭାଗୀୟ ଅର୍ଥ ମିଳିବ।

ମୀନ: ପୂର୍ବ ନିଷ୍ପତ୍ତିକୁ ହଠାତ୍‌ ବଦଳାଇ ଦେଇ ପାରନ୍ତି। ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପରଧନରେ ଧନୀ ହୋଇପାରନ୍ତି। ରସିକ ହୋଇପାରନ୍ତି। ପରାକ୍ରମୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ।

Comments are closed.