ରବିବାର ରାଶିଫଳ

0

ମେଷ: ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଆର୍ଥିକ ଉନ୍ନତି ପାଇଁ ବାରମ୍ବାର ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦିନଟି ହସ, ଖୁସିରେ କଟିବ। ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଫଳ।

ବୃଷ: କୃତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ମନରେ ବିଦ୍ୱେଶ ଭାବ ଜାତ ହୋଇପାରେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟସ୍ତମନା ହୋଇପାରନ୍ତି।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଆୟ ଅଧିକ ପରିମାଣର ହେବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ସଫଳତା ଲାଭ କରିବେ। ସୁସ୍ଥ ରହିବେ। ବଳବାନ ହୋଇପାରନ୍ତି। ଶତ୍ରୁ ବିନାଶ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ପୁନର୍ବସୁ ଓ ଅ​‌େ​‌ଶ୍ଳଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ ଅଛି।

ସିଂହ: ମଘା ଓ ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ସାମୟିକ ନିରବ ଚିନ୍ତନ ପାଇଁ ଉପଯୁକ୍ତ ମାର୍ଗର ସନ୍ଧାନ ପାଇ ପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍‍ କିଛି ଅର୍ଥ ହାତକୁ ଆସିପାରେ। ପୂର୍ବା ଫାଲଗୁନୀ ଓ ମଘା ନକ୍ଷତ୍ରର ସାମାନ୍ୟ ଫଳ।

କନ୍ୟା: ଉତ୍ତରା ଫାଲ୍‍ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଭାବରେ ଧର୍ମ ପରାୟଣ ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେଇ ଆତ୍ମ ସନ୍ତୋଷ ଲାଭ କରିବେ। ବ୍ୟବସାୟରୁ ସୁଫଳ ମିଳିବ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଗତିଶୀଳ ଘଟଣାରୁ ଓହରି ଯିବେ।

ତୁଳା: ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ନିଜର ଦକ୍ଷତା ଓ ଅଭିଜ୍ଞତାକୁ ପାଥେୟ କରି କାର୍ଯ୍ୟରେ ସଫଳତା ଲାଭ କରିବେ। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବାକୁ ପଡ଼ିବ। ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।

ବିଛା: ଅନୁରାଧା ଓ ବିଛା ନକ୍ଷତ୍ର ଜାତ ବ୍ୟକ୍ତି ନିଜ କାର୍ଯ୍ୟର ସମୀକ୍ଷା କରି ସନ୍ତୁଷ୍ଟ ହୋଇପାରନ୍ତି। ଭାଗ୍ୟବାନ ହେବେ। ପତ୍ନୀଙ୍କ ସହାୟତା ପାଇ ଅପାର ଆନନ୍ଦ ଲାଭ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ବିଶାଖା ନକ୍ଷତ୍ରର ସାମାନ୍ୟ ଲାଭ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦାୟିତ୍ୱ ଓ ଅଧିକାର ସାବ୍ୟସ୍ତ ହେବ। ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ଲାଭ ଦାୟକ ହେବ। ପୂର୍ବାଷାଢ଼ାର ସାମାନ୍ୟ ଫଳ।

ମକର: ଉତ୍ତରାଷାଢ଼ା ଓ ଶ୍ରାବଣୀ ନକ୍ଷତ୍ର ଜାତ ବ୍ୟକ୍ତି ଲୋଡ଼ିଲେ ପ୍ରିୟଜନଙ୍କ ସାହାଯ୍ୟ ମିଳିବ। ଗତିରୋଧର ସମସ୍ୟା ଏଡ଼ାଇ ଯାଇପାରନ୍ତି। ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ଲୋକସଂପର୍କ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଉଛି। ଧନିଷ୍ଠାର ସାମାନ୍ୟ ଶୁଭ।

କୁମ୍ଭ: ଶତଭୀକ୍ଷା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ଉପୁଜିଥିବା ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ। ସରକାରୀ ଅର୍ଥ ପ୍ରାପ୍ତ ହେବେ। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ।

ମୀନ: ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଗୃହର ନେତୃତ୍ୱ ନେବେ। ଶ୍ରମ ସାର୍ଥକ ହେବାରେ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯଶ ଅର୍ଜନ କରି ସୁଖ ଅନୁଭବ କରିବେ। ଉତ୍ତରା ଭାଦ୍ରର ସମଫଳ। ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।

Leave A Reply