ସୋମବାର ରାଶିଫଳ

0

ମେଷ:ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି। ମନରେ ଭକ୍ତିଭାବ ଉଦ୍ରେକ ହେବ। ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ସନ୍‌ମାର୍ଗୀ ହେବେ। ଧନଶାଳୀ ହୋଇପାରନ୍ତି। ବହୁ ପ୍ରକାରର ଧନ ପାଇବେ। ଉତ୍ତମା କନ୍ୟା ମିଳିବ।

ବୃଷ: ଯୋଗାଯୋଗରେ ସଫଳ ହେବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଘାତୀ ହୋଇପାରନ୍ତି। ଶ୍ରେଷ୍ଠ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ।

ମିଥୁନ: ଷଡ଼ଯନ୍ତ୍ରରୁ ଉଧୁରି ଯାଇପାରନ୍ତି। ସୁଖ-ସନ୍ତୋଷ ଲାଭ କରିବେ। ଦାତା, ଭୋକ୍ତା, ଗୁଣବାନ, ଧନୀ ଓ ମାନୀ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ। ଧନ ହେତୁ ବିରୋଧର ସମ୍ମୁଖୀନ ହେବେ। ଦିନ ଭିତରେ ମିଶ୍ରିତ ଫଳ ମିଳିବ।

କର୍କଟ: ଗୋପନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ଦେବେ। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ବାହନ ଓ ନାନା ସୁଖଭୋଗ କରିପାରନ୍ତି। ସରକାରୀ ଅର୍ଥ ମିଳିବ।

ସିଂହ: ନିଜ ମତା-ମତ ଉପରେ ଦୃଢ଼ ମନୋଭାବ ପ୍ରକାଶ କରିବେ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁନାଶ କରିପାରନ୍ତି। ଧନ ଭୋଗ କରିବେ। ପଶୁ ଓ ଧନାଦିଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିପାରନ୍ତି।

କନ୍ୟା: ପାରସ୍ପରିକ ବୁଝାମଣା ହେବ। ନିଜକୁ ଅସହାୟ ମନେ କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମାନ ରଜତ ଧନଦ୍ବାରା ଧନଶାଳୀ, ଯୌବନରେ …ରସିକ ଓ ବାଚାଳ ହେବା ଆଶାକରାଯାଏ।

ତୁଳା: ପ୍ରତାରିତ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ଶି​‌େ​‌ଳ୍ପାଦ୍ୟୋଗୀ ହେବା ଆଶାକରାଯାଏ। ଚଞ୍ଚଳ ଚେଷ୍ଟିତ ହେବେ। ନିରୀହ ସ୍ବଭାବ ଓ ପ୍ରମାଦହୀନ ହୋଇପାରନ୍ତି। ସାଧୁମାନଙ୍କ ସେବାରେ ମନ ଦେବେ।

ବିଛା: କର୍ତ୍ତୃପକ୍ଷଙ୍କ ସହ ମତଭେଦ ଘଟିପାରେ। ଅନ୍ୟର ଅନୁରୋଧ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶତ୍ରୁନାଶ କରି ଧନଭୋଗ କରିପାରନ୍ତି। ଐଶ୍ବର୍ଯ୍ୟର ଅଧିକାରୀ ହେବେ। ତେଜୀୟାନ ହେବେ। ସହଜରେ ଶତ୍ରୁନାଶ କରିବା ସୂଚନା ମିଳୁଛି।

ଧନୁ: ଯୋଗାଯୋଗରେ ସଫଳତା ମିଳିବ; ତଥାପି ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। କୁଧନ ଅର୍ଜନ କରିବାରେ ସକ୍ଷମ ହେବେ। ସରକାର ବା ବନ୍ଧୁ ସାହାଯ୍ୟ ପାଇ ଲାଭବାନ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି।

ମକର: ମାନସିକ ସ୍ତରରେ ଦ୍ବନ୍ଦ୍ବ ଅନୁଭବ କରିପାରନ୍ତି। ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି। ବ୍ୟୟ ପରିମାଣ ଅତ୍ୟଧିକ ହୋଇପାରେ। ମଧୁରଭାଷୀ ହେବେ। ବିଧିଜ୍ଞ ହେବା ଆଶାକରାଯାଏ। ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁପୀଡ଼ା ଉପୁଜି ପାରେ।

କୁମ୍ଭ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ନାନା ସୁଖଭୋଗ କରିପାରନ୍ତି। ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମକୁ ନିଷ୍ଠାପରଭାବେ ପାଳନ କରିବେ। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିବେ।

ମୀନ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁଭାଷୀ ହୋଇପାରନ୍ତି। ସୁ ବିଦ୍ୟାଯୁକ୍ତ ହେବେ। ଭୋଗୀ ହେବେ। ଦର୍ଶନୀୟ ହୋଇପାରନ୍ତି। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହୋଇପାରନ୍ତି। କର୍ମ ମାର୍ଗରେ ଗତି କରି ବହୁ ଦ୍ରବ୍ୟ ଲାଭ କରିବେ।

Leave A Reply