ରବିବାର ରାଶିଫଳ

0

ମେଷ: ପିଲାମାନଙ୍କ କାର୍ଯ୍ୟ କଳାପ ମନରେ ଅସୂୟାଭାବ ସୃଷ୍ଟି କରିପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିପାରେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଆଶା ପୂରଣ ହେବ। ସର୍ବାଙ୍ଗୀନଣ ଉନ୍ନତି ହେବ।

ବୃଷ: ଯୋଗାଯୋଗରେ ସଫଳତା ଲାଭ କରିପାରନ୍ତି। ଶାରୀରିକ ଓ ମାନସିକ ସ୍ତରରେ କଷ୍ଟ ଭୋଗିବେ। ବ୍ୟବସାୟରୁ ସାମାନ୍ୟ ମାତ୍ରାର ଲାଭ ପାଇବେ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଲେ କଷ୍ଟ ଅନୁଭବ କରିବେ।

ମିଥୁନ: ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ। ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ଅଭୀଷ୍ଟ ସିଦ୍ଧି ହୋଇପାରେ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସରେ ଲାଭବାନ ହୋଇପାରନ୍ତି।

କର୍କଟ: ଲୋଭଗ୍ରସ୍ତ ହେବେ। ଆତ୍ମ ଗର୍ବୀ ହେବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି। ପାରିବାରିକ ସୁଖ ଅନୁଭବ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ନିଜର ଲକ୍ଷ୍ୟ ହାସଲ କରିବାରେ ମିଠା କଥା କହି ପରକୁ ଆପଣାର କରିପାରନ୍ତି।

ସିଂହ: ପାରିବାରିକ ଅଶାନ୍ତି ବୃଦ୍ଧି ହୋଇପାରେ। ଚିନ୍ତାଗ୍ରସ୍ତ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବସ୍ତ୍ର-ସୁପାତି ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍ ଅର୍ଥ ପ୍ରାପ୍ତ ହେବେ। କନ୍ୟା ସନ୍ତାନ ଲାଭ ହୋଇପାରେ।

କନ୍ୟା: ଦାୟିତ୍ବରେ ପରିବର୍ତ୍ତନ ଘଟି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ଯୋଗ ଅଛି। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରକ୍ଷା ନ କରିବା ଉଚିତ୍‌। ଦାନ ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ। ସର୍ବ କୁଶଳ ଆଶା କରାଯାଏ।

ତୁଳା: ପ୍ରତାରଣାର ଶିକାର ହୋଇପାରନ୍ତି। ସମସ୍ତ କାର୍ଯ୍ୟ ଜଗି ରଖି କଲେ ସଫଳତା ମିଳିବ। ଯଶସ୍ବୀ ହେବେ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତା ଜିଣି ଉପର ପାହ୍ୟାକୁ ଯିବେ।

ବିଛା: ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିପାରେ। ସ୍ବାଧୀନ ଭାବେ ନିଜ ଶକ୍ତି ପ୍ରଦର୍ଶନ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସ୍ତ୍ରୀ ବିଳାସୀ ହେବେ। ସ୍ବ ଅର୍ଜିତ ଧନଭୋଗ କରିପାରନ୍ତି। ସୁଖଭୋଗ କରିବେ। ପରଶ୍ରୀ କାତର ବ୍ୟକ୍ତି ପାଖରୁ ଦୂରେଇ ଦେବେ।

ଧନୁ: ଚାଲୁ ରଖିଥିବା କାର୍ଯ୍ୟ ଫଳଦାୟକ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କାର୍ଯ୍ୟରେ ସଫଳତା ଲାଭ କରି ଉତ୍‌ଫୁଲ୍ଲିତ ହେବେ।

ମକର: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବାଧା ବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ଆଗେଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଷ୍ଟଭାଷୀ ହେବେ। ଚକ୍ଷୁର ଯନ୍ତ୍ରଣା ଅନୁଭବ କରିପାରିନ୍ତି।

କୁମ୍ଭ: ଦିନଟି ଘାତଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତା ସହ ଚଳିବାକୁ ପଡ଼ିବ। ଆପଣଙ୍କ ପରାମର୍ଶ ଉପାଦେୟ ହେବ। ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। କାନ କୁହା କଥା ଶୁଣି ନ ଶୁଣି ନିଜବୁଦ୍ଧିରେ ବାଟ ଚାଲନ୍ତୁ।

ମୀନ: କାର୍ଯ୍ୟ ଆୟତ୍ତାଧୀନ ହେବ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁ କିଛି ମିଳିପାରେ। ମନରେ ସେବାଭାବ ଜାଗ୍ରତ ହେବ। ଦୟାଳୁ ସ୍ବଭାବର ହେବେ।

Leave A Reply