ମଙ୍ଗଳବାର ରାଶିଫଳ

0

ମେଷ: କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ସଦ୍‍ଭାବନାର ସହ ପଡୋଶୀଙ୍କୁ ଆପଣାର କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ଶାନ୍ତ ରହିବ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।
ବୃଷ: ଯୋଗାଯୋଗରେ ସଫଳତା ମିଳିବ। ଆଳସ୍ୟ ପରାୟଣ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଭାଗ୍ୟର ପରିବର୍ତ୍ତନ ଘଟି ପାରେ। ଚଞ୍ଚଳମନା ହେବେ। ସୁଖ ମିଳିବ।
ମିଥୁନ: ଆୟବୃଦ୍ଧିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଅପ୍ୟାୟିତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉତ୍ତମ ମାନର ହେବ।
କର୍କଟ: ଅନ୍ୟ ପାଇଁ କାର୍ଯ୍ୟ କରି ଅପଦସ୍ତ ହୋଇପାରନ୍ତି। ବ୍ୟୟ ଅତ୍ୟଧିକ ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି। କର୍ମତତ୍ପରତା ପ୍ରକାଶ ପାଇବ। ଶୁଭ କର୍ମ ପାଇଁ ବାତାବରଣ ଅନୁକୂଳ ରହିଛି।
ସିଂହ: ମନସ୍କାମନା ପୂର୍ଣ୍ଣ ହେବ। ରୋଜଗାର ଆଶାନୁରୂପ ହେବ। ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଲକ୍ଷ୍ମୀ ବରଦାୟିକା ହୋଇଥିବାରୁ ଚଉବର୍ଗ ପ୍ରାପ୍ତ ହେବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ।
କନ୍ୟା: କାର୍ଯ୍ୟରେ ପ୍ରଗତି ଘଟିବ। କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଉତ୍ତମ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ।
ତୁଳା: ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଗୃହରେ ଆନନ୍ଦ ଉତ୍ସବ ଲାଗି ରହିବ। ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ବିବାଦୀୟ ଘଟଣା ଓ ପ୍ରତିଯୋଗିତାରେ ବିଜୟୀ ହେବେ।
ବିଛା: ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଦିନଟି କ୍ଳେଶକର ହୋଇପାରେ। କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ସାମାନ୍ୟ କଷ୍ଟ ଅନୁଭବ କରିବେ। ବନ୍ଧୁମିଳନ ଘଟିବାର ସମ୍ଭାବନା ଅଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।
ମକର: ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଶତ୍ରୁ ବୃଦ୍ଧି ହେଉଥିବାରୁ ତା’ର ବିନାଶ ପାଇଁ ଚିନ୍ତା କରିବେ। ଆଶାବାଦୀ ହେବେ। ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ। କର୍ତ୍ତବ୍ୟନିଷ୍ଠ ହେବେ।
କୁମ୍ଭ: ମାନ-ସମ୍ମାନ ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ଦାୟିତ୍ୱ ବୃଦ୍ଧି ପାଇବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପ୍ରତ୍ୟେକ କ୍ଷେତ୍ରରେ ଆତ୍ମ ବିଶ୍ୱାସର ସହ କାର୍ଯ୍ୟ କରିବେ।
ମୀନ: ଧର୍ମ-ଧାରଣାରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ଗୁରୁକୃପାରୁ ଅସାଧ୍ୟ ସାଧନ କରିବେ। ଶାନ୍ତି ସନ୍ତୋଷ ଲାଭ କରିବା ଆଶା କରାଯାଏ।

Leave A Reply