ସୋମବାର ରାଶିଫଳ

0

ମେଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ଆଶାବାଦୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଅଶାନ୍ତି ଭୋଗିବେ।
ବୃଷ: ବ୍ୟବସାୟ ଲାଭଜନକ ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। ସରକାରୀ ବା ବନ୍ଧୁ ସହଯୋଗ ଲାଭ ଦାୟକ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ।
ମିଥୁନ: ଅଭିଳାଷ ପୂରଣ ହେବ। କୌଣସି ସ୍ଥାନରେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି। ଅଯଥା ବିତର୍କରେ ଭାଗ ନେବା ଉଚିତ ନୁହେଁ। ଦୁଶ୍ଚିନ୍ତା ମଧ୍ୟ ନେଇ ଗତି କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅସୁଖୀ ହେବେ।
କର୍କଟ: ଭଲ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। ସୁ ସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତର୍କରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି।
ସିଂହ: ମନ ପ୍ରଫୁଲ୍ଲ ରହିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିଜୟୀ ହେବେ।
କନ୍ୟା: ବନ୍ଧୁଙ୍କ ସାହାଯ୍ୟ ପାଇ ଖୁସି ହୋଇପାରନ୍ତି। ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ। କାର୍ଯ୍ୟର ସଫଳତା ଲାଭ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତାହାର ସତ୍‍ ବ୍ୟବହାର କରିବେ। ବିବାଦରେ ବିଜୟୀ ହେବେ।
ତୁଳା: ଅର୍ଥାଭାବ ଦେଖାଦେଇ ପାରେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ଅଗ୍ରହଣରେ ପରଧନରେ ଧନୀ ହେବାର ସୂଚନା ମିଳୁଛି।
ବିଛା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯାହା ଘଟଣା ଘଟିବ। ତାହା ସୁଖଦାୟକ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉତ୍ତମ ଭୋଜନ ପାଇ ଆନନ୍ଦ ଉପଭୋଗ କରିବେ।
ଧନୁ: ବହୁ ଶୁଭ ଯୋଗ ରହିଛି। ଶତ୍ରୁ ବଳବାନ ହୋଇ ଯେତେ ଭୟ ଦେଖାଇଲେ ବି ତାକୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବଦ ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭଦିନ, କରଜ ଶୁଝିବେ।
ମକର: ଗୃହ କାର୍ଯ୍ୟର ବ୍ୟସ୍ତ ରହିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁୁଛି। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହେବେ। ଧନ ମିଳିବ।
କୁମ୍ଭ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। କୃଷି କର୍ମକୁ ତ୍ୱରାନ୍ୱିତ କରିବେ। ଯାନବାହନ ସୁଖ ମିଳିପାରେ। ଅସଜଡ଼ା କାର୍ଯ୍ୟକୁ ସଜାଡ଼ି ଶୃଙ୍ଖଳିତ କରିପାରନ୍ତି। ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ରହିବ।
ମୀନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଅଶାନ୍ତିର ଉପଶମ ହେବ।

Leave A Reply