ରାସରସିକପୁର ଦୁର୍ଗାମେଢ ଭସାଣୀ

ଆଠଗଡ :  ଆଠଗଡ ସହରର ରାସରସିକପୁର ସାହିର ଦେବୀ ଦୁର୍ଗାଙ୍କ ମେଢ ଗୁରୁବାର ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲଘୁଚାପଜନିତ ବର୍ଷା ସତ୍ତ୍ବେ ଭବ୍ୟ ଶୋଭାଯାତ୍ରାରେ ମାଆଙ୍କୁ ମେଲାଣି ଦେଇଥିଲେ ସାହିବାସୀ । ଅପରାହ୍ନରେ ମେଢ ଶୋଭାଯାତ୍ରା ସହର ପରିକ୍ରମା କରି ସନ୍ଧ୍ୟା ସୁଦ୍ଧା ସାପୁଆ ନଦୀ ନିକଟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପୋଖରୀରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ ରାଯାଇଥିଲା । ପୂଜାର କର୍ତ୍ତା ଧର୍ମାନନ୍ଦ ସାହୁ, ସଭାପତି ମିହିର କୁମାର ତ୍ରିପାଠୀ, ସଂପାଦକ ଲକ୍ଷ୍ମୀଧର ସ୍ୱାଇଁ, ପୂଜା କମିଟି ସଂପାଦକ ଦିଲ୍ଲୀପ ବାରିକ, ମୁରବୀ ରତ୍ନାକର ସାହୁ, ହେମନ୍ତ ଦଳାଇ, କାଉନସିଲର ମନୋରଞ୍ଜନ ମିଶ୍ର, ପୂଜା କମିଟି ଉପଦେଷ୍ଟା ସୁଶିଲ ମହାରଣା, ଶିବଶଙ୍କର ଜେନା ଓ ସୁଧାଂଶୁ ଶେଖର ଦଳାଇଙ୍କ ସମେତ ସାହିର ବହୁଲୋକ ଏହି ପୂଜା ଓ ଭସାଣି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.