ରାପିଡ ଟେଷ୍ଟିଙ୍ଗ କିଟ୍ ୨ ଦିନ ବନ୍ଦ ରଖିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପାଇଁ ରାପିଡ ଟେଷ୍ଟିଙ୍ଗ ଉପରେ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏହି କିଟରେ ହେଉଥିବା ପରୀକ୍ଷାରେ ଗଡବଡ ଅଭିଯୋଗ ହେବା ପରେ ଏହାକୁ ଦୁଇ ଦିନ ବନ୍ଦ ରଖିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସିଥିଲା ଯେ, କିଟରେ ଫଳ ସଠିକ ଆସୁନାହିଁ। ଏହି ଅଭିଯୋଗ ପରେ କିଟ୍ ବ୍ୟବହାର ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ଭାରତୀୟ ମେଡିକାଲ ଗବେଷଣା ପରିଷଦ(ଆଇସିଏମଆର)ର ଆର ଆର ଗଙ୍ଗାଖେଡକର ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। ଏହି କିଟଗୁଡିକର ପରୀକ୍ଷା କରାଯିବ ଏବଂ ତଦନୁଯାୟୀ ପଦକ୍ଷେପ ନିଆଯିବ।

Comments are closed.