ବିଦେଶୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ

ମଥୁରା: ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ସହର ମଥୁରାର ବୃନ୍ଦାବନରେ ଲଜ୍ଜାଜନକ ଘଟଣା ଘଟିଛି। ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ବୃନ୍ଦାବନରେ ଜଣେ ବିଦେଶୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ପୀଡିତା ୟୁକ୍ରେନର ମୂଳ ବାସିନ୍ଦା। ସେ ଗତ ପାଞ୍ଚ ବର୍ଷ ଧରି ବୃନ୍ଦାବନରେ ରହି ସଙ୍ଗୀତ ଶିକ୍ଷାଲାଭ କରୁଥିଲେ। ବିହାରରେ ରହୁଥିବା ଆନନ୍ଦ ନାମକ ଜଣେ ବ୍ୟକ୍ତି ତିନି ଦିନ ଧରି ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଯୁବକ ଜଣକ ପାକିସ୍ତାନର କରାଚିର ମୂଳ ବାସନ୍ଦା। ସେ ଟୁରିଷ୍ଟ ଭିସାରେ ୧୬ ବର୍ଷ ହେବ ବୃ୍ନ୍ଦାବନରେ ରହି ଭଜନ-କୀର୍ତ୍ତନ କରୁଥିଲେ ବୋଲି ଜଣାପଡିଛି।

Comments are closed.