ଦୀପାବଳି ରାତିରେ ବଳାତ୍କାର ପୀଡିତାଙ୍କୁ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ବଞ୍ଚାଇବାକୁ ଆସି ଝିଅ ବି ଦଗ୍ଧ

ଜୟପୁର : ରାଜସ୍ଥାନରେ ରାଜଧାନୀ ଜୟପୁରର ଦୀପାବଳି ରାତିରେ ଜଣେ ବଳାତ୍କାର ପୀଡିତାଙ୍କୁ ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବଳାତ୍କାର ପୀଡିତାଙ୍କ ଉପରେ ପେଟ୍ରୋଲ ଛିଞ୍ଚି ଅଭିଯୁକ୍ତମାନେ ତାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ପୀଡିତାର ଶରୀରର ୭୦% ଜଳି ଯାଇଛି। ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଥିବା ଖବର ଲେଖା ଯାଏଁ ଜଣାପଡିଛି।

ସୂଚନାଯୋଗ୍ୟ, ଦୀପାବଳି ରାତିରେ ଅଭିଯୁକ୍ତମାନେ ପୀଡିତା ଘରେ ପହଞ୍ଚିଥିଲେ। ସେତେବେଳେ ପୀଡିତା ଜଣକ ପୂଜାର୍ଚ୍ଚନା କରୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପୀଡିତାଙ୍କ ଉପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ। ମା ଜଳୁଥିବା ଦେଖି ପୀଡିତାଙ୍କ ନାବାଳିକା ଝିଅ ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲା, କିନ୍ତୁ ସେ ମଧ୍ୟ ବର୍ତ୍ତି ପାରିନଥିଲେ। ନିଆଁରେ ସେ ମଧ୍ୟ ଜଳି ଯାଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୀଡିତା ଓ ଝିଅକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇ ଡାକ୍ତରଖାନାକୁ ପଠାଯାଇଥିଲା କାରଣ ପୀଡିତାଙ୍କୁ ଜାଳିବା ବେଳେ ତାଙ୍କ ହାତ ମଧ୍ୟ ଜଳି ଯାଇଥିଲା। ପୁଲିସ କହିଛି ଯେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଏପ୍ରିଲ ମାସରେ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ଅଭିଯୁକ୍ତ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରିଥିଲା।

 

Comments are closed.