ଦୁଷ୍କର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ

ମୁରିବାହାଲ: ମୁରିବାହାଲ ଥାନା ଅନ୍ତର୍ଗତ ଇଚ୍ଛାପଡ଼ା ପଞ୍ଚାୟତର କତରଲଗା ଗ୍ରାମର ଜଣେ ଯୁବତୀ ଶୌଚ ଯାଇଥିବା ବେଳେ ୨ଜଣ ଯୁବକ ବଳପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ମୁରିବାହାଲ ଥାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ,ଇଚ୍ଛାପଡ଼ା ପଞ୍ଚାୟତର କତରଲଗା ଗ୍ରାମର ଯୁବତୀ ଜଣକ ନିଜ ଗାଁ ପାଖରେ ଥିବା ଡ଼ୁଙ୍ଗରୀ ପାଖକୁ ଅପରାହ୍ନରେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ବେଲପଡ଼ା ପଞ୍ଚାୟତ ଖଲଖଳି ଗ୍ରାମର ଆକାଶ ରାଉତ ଓ ଲକ୍ଷ୍ମଣ ରାଉତ ନାମକ ୨ଜଣ ଯୁବକ ଯୁବତୀଙ୍କୁ ଏକୁଟିଆ ଦେଖି ଭୟଭିତ କରିଥିଲେ ଏବଂ ବଳପୂର୍ବକ ଦୁଷ୍କର୍ମ କରିଥିଳେ। ଏହି ବିଷୟରେ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପରେ ଯୁବତୀ ଜଣଙ୍କ ବହୁକଷ୍ଟରେ ଘରେ ସବୁ କଥା କହିଥିଲେ।

ପରେ ମୁରିବାହାଲ ଥାନାକୁ ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୁହାରି କରିଥିଲେ। ଏ ନେଇ ମୁରିବାହାଲ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ୨ଜଣ ଯୁବକଙ୍କୁ ଗିରଫ କରି ଡ଼ାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।

Comments are closed.