ବଳାତ୍କାର ପରେ ଝିଆରୀର ଆତ୍ମହତ୍ୟା, ଅଭିଯୁକ୍ତ ଦାଦା ଗିରଫ

0

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରି ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ୟକ୍ତ ଘରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଓ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭଯୁକ୍ତ ନାବାଳିକାର ସଂପର୍କୀୟ ଦାଦାକୁ ପୁଲିସ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପାଇଁ ଯାଜପୁର ଡାକ୍ତରଖାନାକୁ ପଠା ଯାଇଛି।

ଅନ୍ୟପକ୍ଷେ ଗିରଫ ଅଭିଯୁକ୍ତ ଝିଅରୀ ସହ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ନାବାଳିକା ସହିତ ତାଙ୍କର ପୂର୍ବରୁ ସମ୍ପର୍କ ଥିଲା ଓ ବିବାହ କରିବାରେ ଦୁହେଁ ଅସଫଳ ହେବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଦାଦା ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ରଶୀ ଛିଡି ଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଝିଆରୀ ଅନ୍ୟ ଏକ ଘରେ ରଶୀ ଲଗାଇ ଆତ୍ମହତ୍ୟା କରିସାରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳିକାର ମୃତଦେହକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply